ବିଶିଷ୍ଟ ସମାଜସେବୀ ଶଶୀଭୂଷଣ ଆଚାରୀଙ୍କ ହୃଦଘାତରେ ପରଲୋକ

ଓଡ଼ଗାଁ: ଓଡ଼ଗାଁ ଅଞ୍ଚଳର ଉତ୍ସର୍ଗୀକୃତ ସମାଜସେବୀ ଶ୍ରୀଯୁକ୍ତ ଶଶୀଭୂଷଣ ଆଚାରୀଙ୍କ ପରଲୋକ। ଆର୍ଯ୍ୟ ଦୀକ୍ଷାରେ ଦୀକ୍ଷିତ ଏହି ମହାମାନବ ପଥରା ଠାରେ ଏକ ବୃଦ୍ଧାଶ୍ରମ ନିର୍ମାଣ କରିଛନ୍ତି। ତାଙ୍କର ମୃତ୍ୟୁରେ ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି। ଶ୍ରୀଯୁକ୍ତ ଆଚାରୀ ବିଗତ ଦିନରେ ନିଜର ଅଙ୍ଗଦାନ କରିବା ପାଇଁ ଚୁକ୍ତିବଦ୍ଧ ହୋଇ ନିଜ ପରୋପକାରୀ ପଣିଆର ପରାକାଷ୍ଠା ପ୍ରଦର୍ଶନ କରିଥିଲେ।

ସେ ଏକାଧାରରେ ସମାଜ ସଂସ୍କାରକ, ସାମାଜିକ କର୍ମୀ, ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତିତ୍ୱ ଭାବରେ ସମଗ୍ର ଓଡ଼ଗାଁ ଅଞ୍ଚଳରେ ଖୁବ ଜଣାଶୁଣା ଥିଲେ। ବିଭିନ୍ନ ଗଠନମୂଳକ ସ୍ବେଛାସେବୀ କାର୍ଯ୍ୟରେ ନିଜକୁ ସଂଶ୍ଲିଷ୍ଟ କରି ସେ ଯେଉଁ ପଦଚିହ୍ନ ଛାଡି ଯାଇଛନ୍ତି ଜନମାନସରେ ସେ ସଦାସର୍ବଦା ଚିର ଅମର ହୋଇ ରହିବେ। ଏହି ଦୁଃସମୟରେ ଭଗବାନ ତାଙ୍କ ପରିବାର ଲୋକଙ୍କୁ ଅମାପ ଧୌର୍ଯ୍ୟ ଓ ସହନଶୀଳତା ପ୍ରଦାନ କରନ୍ତୁ।

Related posts