ଗ୍ରାମ୍ୟ ଜଙ୍ଗଲକୁ ନେଇ ତିନି ଗାଁ ମୁହାଁମୁହିଁ

ଦଶପଲ୍ଲା: ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଂଚାୟତ ଅନ୍ତର୍ଗତ ତିନି ଗୋଟି ଗ୍ରାମବାସୀକଂର କିଛିଦିନ ହେବ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲକୁ ନେଇ ବିବାଦ ଲାଗିରହିଥିବା ବେଳେ ଏ ନେଇ ତିନିଗ୍ରାମର  ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି।  ସୂଚନା ଅନୁସାରେ ଗତ ୨୦୧୫ ମସିହାରେ ଗ୍ରାମ୍ୟ ଜଙ୍ଗଲ ପାଇଁ ଦଶପଲ୍ଲା ରେଞ୍ଜ ବାଣୀଗୋଛା ବନାଞ୍ଚଳ ଅଧିନରେ ଥିବା ବ୍ରାହ୍ମଣୀଦେଇ ଓ ରୁଗୁମା ପାହାଡ଼କୁ ବାଣୀବିରି ଓ ଜାନୀପଦର ଦୁଇଗ୍ରାମ ଏକ ଜଙ୍ଗଲ ସୁରକ୍ଷା କମିଟି ଗଠନ କରି ଦୀର୍ଘ ଦିନ ହେବ ସୁରକ୍ଷା ଦେଇଆସୁଛନ୍ତି। ଆଜି ସକାଳୁ ଗୁରୁହା ଗ୍ରାମର ଏକାଧିକ ମହିଳା ଓ ପୁରୁଷ ଉକ୍ତ ଜଙ୍ଗଲକୁ ଟାଙ୍ଗିଆ କଟୁରି ସାଙ୍ଗରେ ନେଇ ପସିଥିଲେ। ତିନି ଗୋଟି ଗ୍ରାମ ମଧ୍ୟରେ ଗ୍ରାମ୍ୟଜଙ୍ଗଲକୁ ନେଇ ଉଭୟ ପକ୍ଷରୁ ମୁହାଁମୁହିଁ ପରିସ୍ଥିତି ହେବାସହ ଉତ୍ତେଜନା ଦେଖାଦେଇଥିଲା। ପୁଣିଥରେ ୨୦୧୬ ମସିହାରେ ଗ୍ରାମ୍ୟଜଙ୍ଗଲ ବିଭାଜନ ହେଲା ପରେ ମଧ୍ୟ ଏଥିରେ ସନ୍ତୁଷ୍ଟ ନଥିଲେ ଦୁଇ ଗ୍ରାମବାସୀ। ସମୁଦାୟ ୫୬ ଏକର ଗ୍ରାମ୍ୟ ଜଙ୍ଗଲ ପ୍ରକୃତରେ କାହା ଅଧୀନରେ ଯାଉଛି ତାହାକୁ ନେଇ ଅସନ୍ତୋଷ ବଢୁଛି ।  ପ୍ରତିବର୍ଷ ଜଙ୍ଗଲରୁ କଂଚା ଗଛ ମାରି ଜାଳେଣି ପାଇଁ କାଠ ନେବା ସମୟରେ ତିନି ଗାଁ ମଧ୍ୟରେ ମୁହାଁମୁହିଁ ହେଉଥିବା ଦେଖାଯାଉଛି। ଘଟଣା ସ୍ଥଳରେ ଗଣିଗୋଛା ପୋଲିସ ପଂହଁଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଏହି ସମସ୍ୟାର ସ୍ଥାୟୀ ସମାଧାନ ସକାଶେ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ, ପ୍ରଶାସନ ଏଥିପ୍ରତି ଅଣଦେଖା କରୁଥିବା ଅଭିଯୋଗ ହେଉଛି

Related posts