ଦଶପଲ୍ଲା: ଦଶପଲ୍ଲା ଏନଏସି ଅପେକ୍ଷା ବ୍ଲକର ବିଭିନ୍ନ ପଞ୍ଚାଯତ ସ୍ଥିତି ବିଗିଡ଼ିବାରେ ଲାଗିଛି। ଗାଁ’ ଗାଁ’ରେ ଭୋଜିଭାତର ଆସର ଜମିବା ସହ ତାସ୍ ଖେଳ ଏବଂ ଖଟି ହେଉଛି। ବାହାରକୁ କାମ କରି ଯାଇଥିବା ଶ୍ରମିକମାନେ ବିଭିନ୍ନ ଗ୍ରାମକୁ ଫେରିଥିବା ବେଳେ ଗାଁ’ ଗାଁ’ରେ ଥଣ୍ଡା, କାଶ ଓ ଜ୍ବର ବ୍ୟାପିବାରେ ଲାଗିଛି। ସେମାନଙ୍କ ମଧ୍ୟରୁ ଅନେକ ଶ୍ରମିକ କରୋନା ଆକ୍ରାନ୍ତ ମଧ୍ୟ ହେଲେଣି। କିଛି ଆକ୍ରାନ୍ତଙ୍କ ରହିବା ପାଇଁ ଉପଯୁକ୍ତ ସୁବିଧା ନଥିବା ହେତୁ ଖୋଲାଖୋଲି ବାହାରେ ବୁଲାବୁଲି କରୁଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ଏହାର କୌଣସି ବି ତଦନ୍ତ କରାଯାଉନଥିବା ଅଭିଯୋଗ ହେଉଛି। ବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ ଡିହଗାଁ ପଞ୍ଚାଯତଠାରେ ପ୍ରାୟ ୧୫ ଦିନ ହେବ ୩୦ ଶଯ୍ୟା ବିଶିଷ୍ଠ ଟିଏମସି ବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲା ଯାଇଥିବା ବେଳେ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏଥିପ୍ରତି ଜିଲ୍ଲାପାଳ ବିଶେଷ ଦୃଷ୍ଟିଦେବାପାଇଁ ସାଧାରଣରେ ଦାବି ହେଉଛି।
ବିଗିଡିବାରେ ଲାଗିଛି ଦଶପଲ୍ଲା ବ୍ଲକର ଗ୍ରାମାଞ୍ଚଳ ସ୍ଥିତି
