ନୂଆସାହି ଅଗ୍ନି ବିପନ୍ନଙ୍କୁ ମନ୍ତ୍ରୀଙ୍କ ସହାୟତା

ଓଡ଼ଗାଁ: ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପୋଡ଼ାସାହି ଗ୍ରାମର ନୂଆସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ବହୁ କ୍ଷୟକ୍ଷତି ହୋଇଥିବା ବେଳେ ୨୨ଟି ପରିବାରର ବାସଗୃହଠାରୁ ଆରମ୍ଭ କରି ସବୁକିଛି ଜଳିପୋଡ଼ି ଛାରଖାର ହୋଇଯାଇଥିଲା। ଅଗ୍ନି ବିପନ୍ନଙ୍କୁ ସଙ୍ଗେସଙ୍ଗେ ସହାୟତା ଯୋଗାଇ ଦେବାକୁ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ପ୍ରତିଶୃତି ଦେଇଥିଲେ। ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ବ୍ୟବସ୍ଥା କରାଯାଇଥିବା ସହାୟତା ରାଶିକୁ ଆଜି ମନ୍ତ୍ରୀ ଡ଼ଃ. ସାହୁ ନୂଆସାହି ଗ୍ରାମବାସୀଙ୍କୁ ବଣ୍ଟନ କରିଥିବା ଜଣାଯାଇଛି । ପ୍ରତ୍ୟେକ ପରିବାରକୁ ୯୮ହଜାର ୯ଶହ ଟଙ୍କା ସରକାରୀ ଏବଂ ଏକ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ସହୟତା ରାଶି ପ୍ରଦାନ କରିଥିବା ଜଣାପଡିଛି।। ଏଥିସହିତ ବାସହୀନ ଲୋକଙ୍କୁ ଶୁଖିଲା ଖାଦ୍ୟ ସହ ଅନ୍ୟାନ ସାମଗ୍ରୀ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର ବିଜେୟିତା ସାମନ୍ତସିଂହାର, ବିଡିଓ ସ୍ୱାତୀଲେଖା ଦାଶ, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୂ ପ୍ରସାଦ ସାହୁ, ବ୍ଲକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୈାଧୁରୀଙ୍କ ସମେତ ବାଣ୍ଠପୁର ସରପଞ୍ଚ ଜଗଦିଶ ପ୍ରଧାନ, ଯୁବ ସଂଗଠକ ବିଜନ ପାଇକରାୟ ପ୍ରମୂଖ ଉପସ୍ଥିତ ଥିଲେ।

Related posts