ନୟାଗଡ଼: ସରକାରୀ ଅବହେଳା ପ୍ରତିବାଦରେ ପ୍ରାଣୀ ଚିକିତ୍ସକମାନେ ପ୍ରଥମେ କଳାବ୍ୟାଚ ପରିଧାନ କରିଥିବା ବେଳେ ଏବେ ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି । ଗତ ଅପ୍ରେଲ ୧୯ ତାରିଖଠାରୁ ପ୍ରାଣୀ ଚିକିତ୍ସକମାନେ କଳାବ୍ୟାଚ ପରିଧାନ କରିଥିବା ବେଳେ ଅପ୍ରେଲ ୨୫ ତାରିଖରୁ ଡିଜିଟାଲ ସେବା ବର୍ଜ୍ଜନ ଏବଂ ମେ ୧ ତାରିଖରୁ କମଲ ଛାଡ଼ ଆନ୍ଦୋଳନ କରିଥିବା ଜଣାପଡ଼ିଛି। ତଥାପି ସରକାର ସେମାନଙ୍କ ଦାବିକୁ ଗୁରୁତ୍ୱ ଦେଉନଥିବାରୁ ମେ ୧୫ ତାରିଖରୁ ସମସ୍ତେ ଛୁଟିରେ ରହିବା ଏବଂ ମେ ୨୫ ତାରିଖରୁ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି । ଏନେଇ ନୟାଗଡ଼ ପଶୁ ଚିକିତ୍ସାଳୟଠାରେ ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।
ନୟାଗଡ଼ ଜିଲ୍ଲା ପ୍ରାଣୀ ଚିକିତ୍ସକ ସମୂହ ଇସ୍ତଫା ନେଇ ସରକାରଙ୍କୁ ଚେତାବନୀ
