ଓଡଗାଁ: କୋଭିଡ ନିୟମକୁ ଅବମାନନା କରି ଶରଣକୁଳ ଥାନା ଅନ୍ତର୍ଗତ ଗୋଲଗାଁରେ ବହୁ ଲୋକ ସମାଗମ ହୋଇ ଚାଲିଥିଲା ବାହାଘର ଭୋଜି ଆଉ ଠିକ ସେତିକିବେଳେ ଖବର ପାଇ ଓଡଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର, ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ ଓ ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ । ଚଢ଼ଉ ଦେଖି ମନୋଜ ପାଇକାରାୟ ଓ ତାଙ୍କ ବାପା ଫେରାର ହୋଇ ଯାଇଥିଲେ । ଘଟଣା ଅତି ଗୁରୁତର ହେବାରୁ ସମ୍ପର୍କିୟ ରବିନ୍ଦ୍ର ଘଡେଇ ୨୫ ହଜାର ଟଙ୍କାର ଜୋରିମାନା ଦେଇଥିଲେ । ଅଧିକାରୀମାନେ ତାଗିଦ କରିବା ସହ ଭୋଜିଭାତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।
ଚାଲିଥିଲା ବାହାଘର ଭୋଜି ପହଞ୍ଚିଗଲା ପୋଲିସ
