ଭାପୁର: ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଚାଷି ତାର ବର୍ଷର ଚାଷ କାମ ଅନୁକୁଳ କରିଥାଏ । ଚାଷ କାର୍ଯ୍ୟ ଆରମ୍ଭ କରି ଚାଷି ବର୍ଷ ଯାକର ଖାଦ୍ୟ ସାମଗ୍ରୀ ପାଇଁ ବିଲରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷି ଭଲ ଅମଳ କରିଥାଏ । ଆଜି ଏହି ପବିତ୍ର ଅକ୍ଷୟ ତୃତୀୟାରେ ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା ପୂଜାର୍ଚ୍ଚନା କରି ଅଖି ମୁଠି ଅନୁକୁଳ କରିବା ସହିତ ବିଲରେ ହଳ କରିଥିଲେ । କୋଭିଡ୍-୧୯ କଟକଣା ପାଳନ କରି ବ୍ଲକ୍ ଉପାଧ୍ୟକ୍ଷ ଅଖିମୁଠି ଅନୁକୁଳ କରିଛନ୍ତି ।
ଅକ୍ଷି ମୁଠି ଅନୁକୁଳ କଲେ ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା
