ଦୁର୍ଦ୍ଦିନରେ ଅସହାୟଙ୍କୁ ସହାୟ

ନୂଆଗାଁ: ନୂଆଗାଁ ବ୍ଳକ ଦୁର୍ଦ୍ଦୁରା ଗ୍ରାମର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଏବଂ ଜିଲ୍ଲାର ବିଶିଷ୍ଟ ସମାଜସେବୀ ଦାମ ସାରଙ୍କ ନେତୃତ୍ୱରେ ନେଳିଵାରି ଗାଁରେ ଘର ପୋଡ଼ି ଯାଇଥିବା ହରିହର ନାହାକଙ୍କ ପାଖରେ ପହଞ୍ଚି ଖାଦ୍ୟ ସାମଗ୍ରୀ ତଥା ଚାଉଳ, ଡାଲି, ବିସ୍କୁଟ, ପନିପରିବା, ସାବୁନ ଇତ୍ୟାଦି ପ୍ରଦାନ କରାଯାଇଥିଲା, କିଭଳି ସରକାର ସହଯୋଗ ପାଇପାରିବେ ସମିତି ସଭ୍ୟ ପ୍ରାର୍ଥୀ ନୃସିଂହ ଚରଣ ପାଢୀଙ୍କୁ ସାକ୍ଷାତରେ ଅନୁଷ୍ଠାନର ସଞ୍ଜୟ କୁମାର ସାହୁ ଅବଗତ କରିଥିଲେ। ତାହା ସହ ଏକତାଳ ଗ୍ରାମର ହରିଜନ ଆଦିବାସୀଙ୍କ ପରିବାର ଦୁର୍ଦ୍ଦିନରେ କାଳାତିପାତ କରୁଥିବା ପରିବାର ନିକଟରେ ପହଞ୍ଚି ବିସ୍କୁଟ, ବସ୍ତ୍ର, ପ୍ରଦାନ କରିବା ସହ ମନୋବଳ ଦେଇଥିଲେ। ସ୍ଵେଚ୍ଛାସେବୀ ପରମେଶ୍ବର ସାହୁ, ସମିତି ସଭ୍ୟ ନୃସିଂହ ଚରଣ ପାଢୀ ଏବଂ ସମାଜସେବୀ ଦାମ ସାରଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଥିଲେ। ଏହିପରି ସହଯୋଗ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସଞ୍ଜୟ କୁମାର ସାହୁ ସୂଚନା ଦେଇଛନ୍ତି

Related posts