ମାଛ ବରଫ ପେଟିରେ ଦେଶୀ ମଦ, ଜଣେ ଗିରଫ

ରଣପୁର: ମାଛ ବରଫ ପେଟିରେ ଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ୍ କରିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ପୁଲିସ ରଣପୁର ବାଇପାସ୍ ରାସ୍ତାରେ ଚେକିଂ କରୁଥିବା ବେଳେ ଜଣେ ୧୯ବର୍ଷିୟ ଯୁବକ ଲୁନା ଗାଡି ନଂ- ଓଡି ୨୫ଏଲ ୨୫୧୮ରେ ଦୁଇଟି ମାଛ ବରଫ୍ ପେଟି ନେଇ ଯାଉଥିବା ବେଳେ ପୁଲିସ୍ ଅଟକାଇ ପଚରାଉଚକା କଲାବେଳେ ବାଇକ୍ ଛାଡି ଦୌଡି ପଳାଇବାକୁ ଚେଷ୍ଟା କରିଥିଲା । ଦୌଡି ଯିବା ଦେଖି ପୋଲିସର ସନ୍ଦେହ ବଢିଥିଲା ତା’ପରେ ପୁଲିସ୍ ଗୋଡାଇ ଅଭିଯୁକ୍ତ ଯୁବକକୁ ଧରିଥିଲା । ତେବେ ଉକ୍ତ ମାଛ ବରଫ ପେଟିରେ ବରଫ୍ ଫୁଲ୍ ହୋଇ ତଳେ ଦେଶୀ ମଦ ରଖିଥିବା ଜଣା ପଡିବା ପରେ ପୁଲିସ୍ ଗାଦି, ମଦ ଓ ଯୁବକକୁ ଥାନାକୁ ଆଣିଥିଲା । ଦୁଇଟି ମାଛ ବରଫ ପେଟିରେ ୧୦୦ଲିଟର ଦେଶୀ ମଦ ପାଉଜ୍ ଓ ବାଇକକୁ ଜବତ କରି ରଣପୁର ଥାନାରେ କେସ ନଂ ୮୫/୨୧ରେ ମାମଲା ଋଜୁ କରି ଗିରଫ୍ କରିଥିବା ଜଣାପଡିଛି । ଗିରଫ୍ ହୋଇଥିବା ଯୁବକ ଜଣକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ରତନପୁର ଗାଁ ନରହରସାହିର ରାଜା ବେହେରା ବୋଲି ଜଣାପଡିଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ରଣପୁର ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା ସୂଚନା ଦେଇଛନ୍ତି ।

Related posts