ନୂଆଗାଁ: ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ପଞ୍ଚାୟତରେ ଗାଁ’ ଗାଁ’ ବୁଲି ଡାକବାଜି ଜନ୍ତ୍ରରେ କରୋନା ସଚେତନତା ବାର୍ତ୍ତା ପ୍ରଚାର କରାଯାଉଛି l ଗାଁ ଲୋକମାନେ କିପରି ସଚେତନ ହେବେ, କୌଣସି ଲକ୍ଷଣ ଦେଖାଗଲେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ପରୀକ୍ଷl କରାଇବେ, ମାସ୍କ ବ୍ୟବହାର କରିବେ, ସାମାଜିକ ଦୂରତା ନିୟମ ମାନିବେ ସେ ସମ୍ପର୍କରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଲଗାତାର ସଚେତନ କରାଯାଉଛି l କାପ୍ତାପଲ୍ଲୀ ଗ୍ରା:ପ ର ଭିଏଲ୍ଡବ୍ଲୁ ସୁକାନ୍ତ ପଟ୍ଟନାୟକ, ଗ୍ରାମ ରୋଜଗାର ସେବକ ଅଶୋକ କୁମାର ପ୍ରଧାନ ଅଟୋରେ ବୁଲି ବୁଲି ଗାଁ ଗାଁ ରେ ସଚେତନ କରାଉଛନ୍ତି l କରୋନାର ଦ୍ୱିତୀୟ ଲହରୀର ଭୟାବହତା ଏବଂ ଆବଶ୍ୟକୀୟ ସତର୍କତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଊଛନ୍ତି l ଏହି କାର୍ଯ୍ୟକ୍ରମ ଅବସରରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ରଶ୍ମିତା ଯାନୀ ଏବଂ କିଛି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l
କାପ୍ତାପଲ୍ଲୀ ପଞ୍ଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ
