ଦଶପଲ୍ଲା: ଦଶପଲ୍ଲା ବ୍ଲକ୍ ବାଣିଗୋଛା ଓ କାମିଟି ପଙ୍ଗା ମଧ୍ୟସ୍ଥଳରେ ଘଟିଛି ଏକ ସଡକ ଦୁର୍ଘଟଣା । ସୂଚନା ଅନୁସାରେ, କୁଜାମେଣ୍ଢି ପଞ୍ଚାୟତ ଅନ୍ତର୍ଗତ ସରୁପଡା ଗ୍ରାମର ଶିକ୍ଷକ ବିପ୍ରଚରଣ ଜାନୀ ଓ ବାଣିଗୋଛା ଥାନା ଗ୍ରାମରକ୍ଷୀ ପଦ୍ମଚରଣ ନାୟକଙ୍କ ମଧ୍ୟରେ ମୋଟର ସାଇକେଲ ସାମ୍ନାସାମ୍ନି ଧକ୍କା ହେବାଯୋଗୁଁ , ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବାଣିଗୋଛା ମେଡିକାଲ, ପରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଶିକ୍ଷକ ବିପ୍ର ଚରଣ ଜାନୀଙ୍କର ସ୍ବାସ୍ଥ୍ୟ ଗୁରୁତର ହେବାରୁ, ତାଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏହି ସ୍ଥାନରେ ବାରମ୍ବାର ସଡକ ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ଘଟୁଥିବାବେଳେ , ପ୍ରଶାସନ ଏହି ସ୍ଥାନକୁ ଆକ୍ସିଡେଣ୍ଟ ଜୋନ୍ ଭାବେ ଘୋଷଣା କରିବାକୁ ସର୍ବ ସାଧାରଣରେ ଦାବୀ ହେଉଛି ।
ବାଣିଗୋଛା ନିକଟରେ ସଡକ ଦୁର୍ଘଟଣା, ୨ ଗୁରୁତର
