ଓଡ଼ଗାଁରେ ପ୍ରଶାସନ ପକ୍ଷରୁ ଚଢ଼ାଉ, ୧୦ଜଣଙ୍କ ଠାରୁ ୧୩ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ

ଓଡ଼ଗାଁ: ନୟାଗଡ଼ ଜିଲ୍ଲାରେ କରୋନା ଦିନକୁ ଦିନ ତା’ର ବଂଶ ବିସ୍ତାର ବିସ୍ତାର କରି ଚାଲୁଥିବା ବେଳେ ବୃଦ୍ଧି ଗଞ୍ଜାମ ଜିଲ୍ଲା ସିମାନ୍ତରେ ଥିବା ଓଡଗାଁ ଅଞ୍ଚଳରେ ଦୈନିକ ସଂକ୍ରମଣ ବୃଦ୍ଧି ଘଟୁଛି। ଏହି ଅବସରରେ ଓଡଗାଁ ବିଜ୍ଞାପିତ ଅଞ୍ଚଳର କିଛି ଅମାନିଆ ଦୋକାନି କୋଭିଡ ନିୟମକୁ ଉଲଂଘନ କରି ବ୍ୟବସାୟ କରୁଛନ୍ତି । ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଆଜି ଓଡଗାଁ ବଜାରରେ ଥିବା ରଘୁନାଥ ବସ୍ତ୍ରାଳୟ ଉପରେ ଚଢ଼ଉ କରାଯାଇ ପାଞ୍ଚ ହଜାର ଟଙ୍କା ଜୋରିମାନା କରାଯାଇଛି । ସେହିପରି ଭାବେ ଆଜି ମୋଟ ୧୦ଜଣଙ୍କ ଠାରୁ ୧୩,୫୦୦ ଟଙ୍କା ଆଦାୟ କରାଯାଇଛି । ଏ ଚଢ଼ଉରେ ଓଡ଼ଗାଁ ତହସିଲଦାର ବିଜେୟୀତା ସାମନ୍ତ ସିଂହାର, ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର, ଓଡଗାଁ ଆଦର୍ଶ ଥାନା ଅଧିକାରିଣୀ ପ୍ରଜ୍ଞାପରମିତା ଜେନା ପ୍ରମୁଖ ସାମିଲ ଥିବାବେଳେ ଏନଏସିର କର୍ମଚାରୀମାନେ ଏହି ଚଢ଼ଉରେ ସାମିଲ ହୋଇଥିଲେ।

Related posts