ଜିଲ୍ଲା ପୁଲିସ ବିଭାଗରେ ଅଦଳ ବଦଳ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ପୁଲିସ ଅଦଳ ବଦଳକୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର ରହିଥିଲା । ଆଜି ଆରକ୍ଷି ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ୧୧ଜଣ ପୁଲିସ ଅଧିକାରୀଙ୍କୁ ଜିଲ୍ଲା ଭିତରେ ଅଦଳ ବଦଳ କରିଛନ୍ତି । ସୂଚନାମୁତାବକ, ଇଟାମାଟି ଥାନାରେ ଥିବା ଇନିସପେକ୍ଟର ଦୀପକ କୁମାର ଖଣ୍ଡାୟତରାୟଙ୍କୁ ନୟାଗଡ଼ ସଦର ପୁଲିସ ଷ୍ଟେସନକୁ ବଦଳି କରାଯାଇଥିବା ବେଳେ ଶରଣକୁଳ ଥାନାରେ ଥିବା ବିମଲ କୁମାର ମଲ୍ଲିକଙ୍କୁ ଗଣିଆ ଥାନାକୁ ବଦଳି କରାଯାଇଛି। ସେହିପରି ଜିଲ୍ଲା ହେଡକ୍ୱାର୍ଟରରେ ଥିବା ଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କୁ ଶରଣକୁଳ ଥାନାକୁ ବଦଳି କରାଯାଇଥିବା ହେଡକ୍ୱାର୍ଟରରେ ଥିବା ଇନିସପେକ୍ଟର ବିଶ୍ୱପ୍ରକାଶ ପଟ୍ଟନାୟକଙ୍କୁ ଡିସିଆରବି ଭାବେ ଦାୟିତ୍ୱ ଦିଆଯାଇଛି। ଇନିସପେକ୍ଟର ନିଶାମଣି ମହାନ୍ତିଙ୍କୁ ଡିଏଚଆରପିସି ଭାବେ ନିଯୁକ୍ତି ଦିଆଯାଇଛି । ଇନିସପେକ୍ଟର ଚନ୍ଦ୍ରମଣି ହୋତାଙ୍କୁ ଡିଆଇବି ଦାୟିତ୍ୱ ଦିଆଯାଇଛି । ଇଟାମାଟି ଥାନାରେ ଥିବା ବସନ୍ତ କୁମାର ସାହୁଙ୍କୁ ଇଟାମାଟି ଥାନାର ଭାରପ୍ରାପ୍ତ ଦାୟିତ୍ୱ ଦିଆଯାଇଛି । ଗଣିଆ ଥାନାରେ ଥିବା ଅଧିକାରୀ ଜୟ ପ୍ରକାଶ ପରିଡାଙ୍କୁ ଦଶପଲ୍ଲା ଥାନାର ଭାରପ୍ରାପ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଭାବେ ଚାନ୍ଦପୁର ଥାନାରେ ଥିବା ସଞ୍ଜୟ କୁମାର ମଲ୍ଲିକଙ୍କୁ ନୟାଗଡ ଥାନାକୁ ବଦଳି କରାଯାଇଛି । ଏଏସଆଇ ଦିଲ୍ଲୀପ କୁମାର ସେଠିଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି। ଇଟମାଟି ଥାନାରେ ଥିବା ଏଏସଆଇ ପ୍ରଭାତ କୁମାର ସୁବୁଦ୍ଧିଙ୍କୁ ବାଣିଗୋଛା ଥାନାକୁ ବଦଳି କରାଯାଇଛି ।

Related posts