କୋମଣ୍ଡ ପଞ୍ଚାୟତ ପରିସରରେ ‘ମିଶନ ଶକ୍ତି’ ଗୃହପାଇଁ ଭୂମିପୂଜନ ଉତ୍ସବ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କ ବିକାଶ ପାଇଁ ମିଶନଶକ୍ତି ମାଧ୍ୟମରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରୁଥିବାବେଳେ ମହିଳାମାନଙ୍କ ସ୍ୱତନ୍ତ୍ର ଗୃହ ପାଇଁ ଆଜି ଓଡ଼ଗାଁ ବ୍ଲକ କୋମଣ୍ଡ ପଞ୍ଚାୟତ ପରିସରରେ “ମିଶନ ଶକ୍ତି” ଗୃହର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନବନିଯୁକ୍ତ ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ବିରାଜଲକ୍ଷ୍ମୀ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭୂମିପୂଜନ କରିଥିବା ବେଳେ ୨ନଂ ଜୋନର ଜିଲ୍ଲା ପରିଷଦ ବିଭୁପ୍ରସାଦ ସାହୁ ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇଥିଲେ।ଏହି ପଞ୍ଚାୟତର ମହିଳାମାନେ ଉପସ୍ଥିତ ରହି ହୁଳହୁଳି ମାଧ୍ୟମରେ ମହିଳା ସଭାନେତ୍ରୀଙ୍କୁ ସ୍ୱାଗତ କରିଥିବା ବେଳେ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। କୋମଣ୍ଡ ସରପଞ୍ଚ ସୁଶାନ୍ତ କୁମାର ଦଳେଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Read More

ଡକାୟତି ଯୋଜନା ପଣ୍ଡ ମାଷ୍ଟରମାଇଣ୍ଡ ଫେରାର

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଗତକାଲି ବିଳମ୍ବିତ ରାତିରେ ଓଡ଼ଗାଁ ଖେଳପଡ଼ିଆ ସାହି କାଜୁ ଜଙ୍ଗଲରେ ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ ଓଡ଼ଗାଁ ପୋଲିସ କାବୁକରିବା ସହିତ ସେମାନଙ୍କଠାରୁ ବହୁ ମାରଣାସ୍ତ୍ର,ଏକ ମୋଟର ସାଇକେଲ, ମୋବାଇଲ ଫୋନ ଜବତ କରାଯାଇଛି । ଉକ୍ତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଜାରିଙ୍ଗିର ଶଙ୍କର ସାହୁ ଓ ଆଉକିଛି ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଓଡ଼ଗାଁ ଷ୍ଟୁଡିଓ ସାହିର ଲିପୁ ପ୍ରଧାନ(୨୧), ଖେଳପଡ଼ିଆ ସାହିର ମହେନ୍ଦ୍ର ସାହୁ(୨୦) ଓ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ରଞ୍ଜନ ବିଶୋଇ(୨୨) ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଓଡ଼ଗାଁ ଥାନାରେ ୭୦/୨୧ରେ ମାମଲା ରୁଜୁକରି ବିଚାର ବିଭାଗୀୟ ହାଜତକୁ ପଠାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Read More

ଓଡ଼ଗାଁରେ ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ଓଡଗାଁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ଅନୁରୋଧ କ୍ରମେ ମଣ୍ଡଳ ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ୭ଟି ଆଞ୍ଚଳିକ ସାଧନକେନ୍ଦ୍ରର ୧୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୋଭିସିଲ୍ଡ ଟୀକାକରଣ କରାଯାଇଛି। ଏଥିରେ ଭକ୍ତରଞ୍ଜନ ମିଶ୍ର, ନରେଶ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ଦାସ, ରଞ୍ଜନ କୁମାର ଦାଶ, ଜୟକୃଷ୍ଣ ପ୍ରଧାନ, ମନୋଜ କୁମାର ନାୟକ, ସୁକାନ୍ତ କୁମାର ସାହୁ ପ୍ରମୁଖ ଶିକ୍ଷକ ସଂଘ କର୍ମକର୍ତ୍ତା, ସୁଶେନ୍ଦୁ କୁମାର ଷଡ଼ଙ୍ଗୀ, ଲଳିତ ମୋହନ ମିଶ୍ର, ତ୍ରିଲୋଚନ ସାମନ୍ତରାୟ, ଚିତ୍ତରଞ୍ଜନ ମିଶ୍ର, ସନ୍ତୋଷ କୁମାର ସାହୁ ଆଦି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗଣ ଉକ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ…

Read More

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ହେତୁ ସିପିଆଇଏମର ବିକ୍ଷୋଭ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): କରୋନା ମହାମାରୀ ସାଧାରଣ ଲୋକଙ୍କ ବଞ୍ଚିବାର ସାହାସ କାଢ଼ି ନେଇ ଦୁର୍ଗତୀ ଭିତରକୁ ଠେଲି ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ପ୍ରୟୋଜିତ ଘନ ଘନ ଦରବୃଦ୍ଧି ନୀତି ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । ଏହି ଦରବୃଦ୍ଧି ପ୍ରତିବାଦରେ ଆଜି ସିପିଆଇଏମ୍ ପକ୍ଷରୁ ଓଡ଼ଗାଁ ବ୍ଳକର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରେଟୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ବିଦ୍ୟୁତ୍ ଶକ୍ତି ଇତ୍ୟାଦି ଆକାଶ ଛୁଆଁ ହୋଇଛି । ଏଥିସହିତ କେନ୍ଦ୍ର ସରକାରଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ଘଟିଛି ବୋଲି ବିକ୍ଷୋଭକାରୀ ନେତାମାନେ କହିଛନ୍ତି । ଆଜି ସିପିଆଇଏମ୍ ନେତାମାନେ ଓଡ଼ଗାଁ ବ୍ଲକର ଶରଣକୁଳ, ବାଉଁଶିଆ, ଗୁଞ୍ଜବାରଣ, ଆଙ୍ଗିସିଙ୍ଗି, ଧୁସୁମା ଏବଂ ଶିଖରପୁର ଗ୍ରାମ ପଞ୍ଚାୟତରେ ପଥପ୍ରାନ୍ତ ସଭା କରି ଲୋକଙ୍କ ମଧ୍ୟରେ…

Read More

ନୟାଗଡ଼ର ଗର୍ବ ଓ ଗୌରବ ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ

ନୟାଗଡ଼/ଓଡ଼ଗାଁ: (ନୟାଗଡ଼ ଦର୍ପଣ) ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ ଘଟିଛି । ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସମ୍ଭବ ସ୍ବେଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ବିଶ୍ବର ଜଣେ ଆଗଧାଡିର ପରିବେଶ ବିତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ଗ୍ରାମର ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅ ସାବରମତୀଙ୍କୁ ଗତବର୍ଷ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ସେ ଏକ ଟାଙ୍ଗରା ଭୂମୀରେ ସୁନାର ଫସଲ ଫଳାଇ ଚର୍ଚ୍ଚାକୁ ଆସିଥିଲେ । ୧୯୮୯ ମସିହାରେ ଓଡ଼ଗାଁ ବ୍ଲକ ରୋହିବାଙ୍କ ଅଞ୍ଚଳର ଏକର ଏକର ଚାଷ ଜମି ଅନୂର୍ବର ହୋଇ ପଡ଼ି ରହିଥିଲା । ଏହି ଜମି ସବୁ ପାଣି ଅଭାବରୁ ଟାଙ୍ଗରା ପାଲଟିଥିଲା । ଲୋକମାନେ…

Read More

ଓଡ଼ଗାଁରେ ଦେୱାନୀ ସହକାରୀ ‘ଦୌରାଜଜ୍’ କୋର୍ଟ ଉଦଘାଟିତ

ଓଡ଼ଗାଁ: (ନୟାଗଡ଼ ଦର୍ପଣ) ଓଡ଼ଗାଁ ଏନ.ଏ.ସି.ରେ ଥିବା କୋର୍ଟ ପରିସରରେ ଆଜି ଭର୍ଚୁଆଲ ମାଧ୍ୟମରେ ନୂତନ ‘ଦୌରାଜଜ’ କୋର୍ଟ ଓଡିଶା ହାଇକୋର୍ଟ ମୂଖ୍ୟ ବିଚାରପତି ଡ଼ଃ ଏସ-ମୁରଲୀଧରଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଓଡ଼ଗାଁ ଓକିଲ ସଂଘ ସଭାପତି ପବିତ୍ର ମୋହନ ସାହୁଙ୍କ ସଭାପିତତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଚାରପତି ଡ଼ଃ ବି.ଆର.ଷଡ଼ଙ୍ଗୀ ଓ ଵିଚାରପତି ପ୍ରମୋଥ ପଟ୍ଟନାୟକ ନିମନ୍ତ୍ରୀତ ଅତିଥିଭାବେ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥିଭାବେ ଓଡ଼ଗାଁ କୋର୍ଟର ଜିଲ୍ଲା ଜଜ ରୂପଶ୍ରୀ ଚୌଧୁରୀ ଯୋଗଦେଇଥିବା ବେଳେ ନବ ନିଯୁକ୍ତ ଜଜ ଶିଭାଶିଷ ଗିରି, କନିଷ୍ଠ ବିଭାଗ ଦେୱାନୀ ମାଜିଷ୍ଟ୍ରେଟ ଅପୂର୍ବ ରାୟ ଓ ନ୍ୟାୟଧୀଷ ସୁଧାବାଇ ଅଗ୍ରୱାଲ ଉପସ୍ଥିତ ଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ ସମ୍ମାନ ଜଣାଇ ଓକିଲ ସଂଘ ସଭାପତି ପବିତ୍ର ମୋହନ ସାହୁ ଓ…

Read More

ଗାଁ’କୁ ବିଶୋଧନ କରିବା ସହ ମଇଳା ଆବର୍ଜନା ସଫାକଲେ ଯୁବଗୋଷ୍ଠୀ

ଓଡ଼ଗାଁ: ଓଡ଼ଗାଁ ବ୍ଲକ ସୁନାମୁହିଁ ପଞ୍ଚାୟତ ଲଣ୍ଡାବାଦୁ ଗାଁର ଯୁବଗୋଷ୍ଠୀ ଗାଁର ସମସ୍ତ ସ୍ଥାନଗୁଡିକୁ ପରିଷ୍କାର କରିଛନ୍ତି । ଗାଁରେ ଥିବା ନଳକୂପ, ପୋଖରୀ, ଡ୍ରେନ, କୋଠାଘର ଓ ସ୍କୁଲସାମ୍ନା ଅପରିଷ୍କାର ହୋଇ ପଡିରହିଥିବା ବେଳେ ଯୁବଗୋଷ୍ଠୀ ମିଳିତ ହୋଇ ଏହିସବୁ ସ୍ଥାନଗୁଡିକୁ ସଫାକରିବା ସହିତ ଫିନାଇଲ ବିଲ୍ଲୀଚିଂ ପକାଇ ବିଶୋଧନ କରିଛନ୍ତି । ନିଜେ ପରିଷ୍କାର ରହିବା ସହିତ ସଫେଇ ହୋଇଥିବା ସ୍ଥାନଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି। ତା’ସହିତ ମାସ୍କ ପିନ୍ଧିବା, ସାବୁନରେ ବାରମ୍ବାର ହାତ ଧୋଇବା ଏବଂ ସାମାଜିକ ଦୁରତା ରକ୍ଷା କରି ଚଳପ୍ରଚଳ କରିବା ପାଇଁ କୁହାଯାଇଛି । ତେବେ ଏହି ଅଞ୍ଚଳରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରଶାସନ ତରଫରୁ ବିଶୋଧନ କରାନଯିବାରୁ ଯୁବଗୋଷ୍ଠୀ ଏକାଠି ହୋଇ ଏଭଳି ପ୍ରଶଂସନୀୟ କାର୍ଯ୍ୟ କରିଥିବା ସ୍ଥାନୀୟ ସମାଜସେବୀ…

Read More

ଆଦର୍ଶ ଥାନା ଅଞ୍ଚଳରୁ ୨୧ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଓଡ଼ଗାଁ: ଓଡ଼ଗାଁ ପୋଲିସକୁ ବଡ଼ ସଫଳତା। ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଓଡ଼ଗାଁ ନୂତନ କୋର୍ଟ ସାମ୍ନାରେ ଥିବା ଅର୍ଣ୍ଣପୂର୍ଣ୍ଣା ଢ଼ାବା ମାଲିକ ରାଜୁ ଓରଫ ପ୍ରକାଶ ପ୍ରଧାନକୁ ଓଡ଼ଗାଁ ପୋଲିସ ଗିରଫ କରିବା ସହିତ ତା’ଠାରୁ ୨୧ଗ୍ରାମ ବ୍ରାଉନସୁଗାର ଜବତ କରିଛି ।ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ। ଅଭିଯୁକ୍ତ ରାଜୁ କଲେଜ ଛାତ୍ରମାନଙ୍କୁ ବ୍ରାଉନସୁଗାର ଯୋଗାଉଥିବା ଖବର ଥିଲା ପୋଲିସ ପାଖରେ ତେବେ ଅଭିଯୁକ୍ତ ନିଜ ବୁଲେଟରେ ଆସୁଥିବା ଖବର ପାଇ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ପ୍ରଜ୍ଞା ପରମିତା ଜେନା, ସବ-ଇନିସ୍ପେକ୍ଟର ସଞ୍ଜୟ କୁମାର ପରିଡା, ସ୍ନେହଲତା ପ୍ରଧାନ ଚଢ଼ାଉ କରି ରାଜୁର ଢ଼ାବା ସାମ୍ନାରୁ ତାକୁ ଗିରଫ କରି ୫୫/୨୧ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି।

Read More

“ୟଶ” ଏବଂ “କରୋନା”କୁ ନେଇ ଜିଲ୍ଲା ପ୍ରଶାସନର ବୈଠକ

ନୟାଗଡ଼: ନୟାଗଡ ଜିଲ୍ଲାରେ ଅବଶ୍ୟମ୍ଭାବୀ ବାତ୍ୟା “ୟଶ” ଓ ଜିଲ୍ଲାରେ କ୍ରମାଗତ ଭାବରେ ବଢି ଚାଲିଥିବା କାରୋନା ସଂକ୍ରମଣର ପ୍ରତିରୋଧ ନିମନ୍ତେ ଜନସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଓ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିରିକୃତ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କ ଦ୍ଵାରା ଘରକୁ ଘର ସର୍ଭେ କାର୍ଯ୍ୟର ଉତ୍ତମ ପରିଚାଳନାକୁ ନିଶ୍ଚିତ କରାଇବା ନିମନ୍ତେ ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବି.ଡି.ଓ. ଏବଂ ସ୍ବେଚ୍ଛାସବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସମସ୍ତ ସି.ଡି.ପି.ଓ, ସୁପରଭାଇଜର ମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯଥାକ୍ରମେ ଅପରାହ୍ନ ୧ଘଟିକା ଏବଂ ୪ଘଟିକା ସମୟରେ ଭରଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଗତ ଦିନରେ “ଅମ୍ଫାନ” ଓ “ଫନି” ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନ ଗୁଡିକକୁ ପ୍ରାଧାନ୍ୟ ଦେଇ ସେ ସବୁ ସ୍ଥାନର ଲୋକ ମାନଙ୍କୁ ସ୍ଥାନାନ୍ତର ବ୍ୟବସ୍ଥା…

Read More

ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର କରୋନା ସ୍ଥିତି ପରଖିଲେ ମନ୍ତ୍ରୀ ଏବଂ ଜିଲ୍ଲାପାଳ

ନୟାଗଡ: ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମ ପଂଚାୟତର କୋଭିଡ୍ ସ୍ଥିତି ଉପରେ ସମୀକ୍ଷା କଲେ ଜିଲ୍ଲାପାଳ ଡଃ. ପୋମା ଟୁଡୁ। ଜିଲ୍ଲାପାଳ ଡ଼ଃ ଟୁଡୁ ଏହା ପୂର୍ବରୁ ଜିଲ୍ଲାର ଅନ୍ୟ ୩ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା ବୈଠକ କରିସାରିଛନ୍ତି । ଆଜିର ଏହି ବୈଠକରେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଵିକାଶ ଏବଂ ଉଚ୍ଚଶିକ୍ଷା ଵିଭାଗ ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଉପସ୍ଥିତ ଥିଲେ। କୋଭିଡର ଦ୍ୱିତୀୟ ଲହର ସାଙ୍ଘାତିକ ଭାବରେ ବ୍ୟାପି ଚାଲିଥିବା ବେଳେ ଅନେକ ଲୋକଙ୍କ ଜୀବନ ବି ଗଲାଣି । ଏବେ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ସବୁ ଠାରେ କରୋନା ରୋଗୀ ବାହାରିବାର ଲାଗିଛନ୍ତି । ଏହାର କାରଣ ଲୋକମାନଙ୍କ ଅସାବଧାନତା, ଖାମ ଖିଆଲ ମନୋଭାବ, ମାସ୍କ…

Read More