ଡକାୟତି ଯୋଜନା ପଣ୍ଡ ମାଷ୍ଟରମାଇଣ୍ଡ ଫେରାର

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଗତକାଲି ବିଳମ୍ବିତ ରାତିରେ ଓଡ଼ଗାଁ ଖେଳପଡ଼ିଆ ସାହି କାଜୁ ଜଙ୍ଗଲରେ ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ ଓଡ଼ଗାଁ ପୋଲିସ କାବୁକରିବା ସହିତ ସେମାନଙ୍କଠାରୁ ବହୁ ମାରଣାସ୍ତ୍ର,ଏକ ମୋଟର ସାଇକେଲ, ମୋବାଇଲ ଫୋନ ଜବତ କରାଯାଇଛି । ଉକ୍ତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଜାରିଙ୍ଗିର ଶଙ୍କର ସାହୁ ଓ ଆଉକିଛି ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଓଡ଼ଗାଁ ଷ୍ଟୁଡିଓ ସାହିର ଲିପୁ ପ୍ରଧାନ(୨୧), ଖେଳପଡ଼ିଆ ସାହିର ମହେନ୍ଦ୍ର ସାହୁ(୨୦) ଓ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ରଞ୍ଜନ ବିଶୋଇ(୨୨) ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଓଡ଼ଗାଁ ଥାନାରେ ୭୦/୨୧ରେ ମାମଲା ରୁଜୁକରି ବିଚାର ବିଭାଗୀୟ ହାଜତକୁ ପଠାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Related posts