ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ଓଡଗାଁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ଅନୁରୋଧ କ୍ରମେ ମଣ୍ଡଳ ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ୭ଟି ଆଞ୍ଚଳିକ ସାଧନକେନ୍ଦ୍ରର ୧୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୋଭିସିଲ୍ଡ ଟୀକାକରଣ କରାଯାଇଛି। ଏଥିରେ ଭକ୍ତରଞ୍ଜନ ମିଶ୍ର, ନରେଶ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ଦାସ, ରଞ୍ଜନ କୁମାର ଦାଶ, ଜୟକୃଷ୍ଣ ପ୍ରଧାନ, ମନୋଜ କୁମାର ନାୟକ, ସୁକାନ୍ତ କୁମାର ସାହୁ ପ୍ରମୁଖ ଶିକ୍ଷକ ସଂଘ କର୍ମକର୍ତ୍ତା, ସୁଶେନ୍ଦୁ କୁମାର ଷଡ଼ଙ୍ଗୀ, ଲଳିତ ମୋହନ ମିଶ୍ର, ତ୍ରିଲୋଚନ ସାମନ୍ତରାୟ, ଚିତ୍ତରଞ୍ଜନ ମିଶ୍ର, ସନ୍ତୋଷ କୁମାର ସାହୁ ଆଦି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗଣ ଉକ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ। ଏଥିପାଇଁ ଓଡଗାଁ ବ୍ଳକ ଶିକ୍ଷକ ସମାଜ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଏବଂ ବ୍ଳକ ଶିକ୍ଷା ଅଧିକାରୀ ମହୋଦୟାଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଓଡ଼ଗାଁରେ ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ
