କଳା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ପକ୍ଷରୁ ଭର୍ଚୁଆଲ ମୋଡ଼ରେ ପୁରସ୍କାର ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର କଳା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଆନୂକୂଲ୍ୟରେ ଅନ୍ ଲାଇନ୍ ମାଧ୍ୟମରେ ଗଳ୍ପପାଠ, ଗଳ୍ପ ଆଲୋଚନା ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ଚିତ୍ର-କବିତା ପ୍ରତିଯୋଗିତାର ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତଥାସ୍ତୁର ସଭାପତି ବସିରନ୍ ବିବିଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଗଳ୍ପପାଠ କାର୍ଯ୍ୟକ୍ରମରେ ହୃଷୀକେଶ ଦାଶ, ସୌଦାମିନୀ ସ୍ଵାଇଁ, ସବିତା ଶୁକ୍ଳା, ଶରତ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଗଳ୍ପପାଠ କରିଥିବା ବେଳେ ସୁସାହିତ୍ୟିକ, କବି ତଥା ମାନ୍ୟବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସଂପାଦନାରେ ପ୍ରକାଶିତ ଗଳ୍ପ ସଂକଳନ “ମଣିଷ ବ୍ୟତିରେକ” ପୁସ୍ତକରୁ ଏକ ଚମତ୍କାର ଗଳ୍ପ ଛେଳି ପାଠ କରିଥିଲେ ଗଣେଶ ମିଶ୍ର।

ସାରସ୍ବତ ଆସରରେ ଅତିଥି ଭାବେ ଯୋଗଦେଇ କବି, କଥାକାର ଶତ୍ରୁଜିତ୍ ଗଳ୍ପ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିବାବେଳେ ଛାତ୍ର ଛାତ୍ରୀ, ସାହିତ୍ୟିକମାନେ ଓଡ଼ିଆ ସାହିତ୍ୟରେ ଗଳ୍ପ ଆଧାରିତ ଆଲୋଚନା କରିଥିଲେ।ତଥାସ୍ତୁ ତରଫରୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ହୋଇଥିବା ଚିତ୍ର ଦେଖି କବିତା ପ୍ରତିଯୋଗିତାରେ ଶ୍ରଦ୍ଧାଞ୍ଜଳି ମହାନ୍ତି ପଥମ ସ୍ଥାନ, ସୃଷ୍ଟି ସୈ।ରଭ ମିଶ୍ର ଦ୍ୱିତୀୟ ଓ ଅନନ୍ୟା ଦାଶ ଏବଂ ସୁନୀତା ଗୋଛାୟତ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଣୁବାଳା ଦାଶ, ସୌମ୍ୟା ସ୍ୱୟଂପ୍ରଭା, ଜାହ୍ନବୀ ତ୍ରିପାଠୀ, ଦୀପ୍ତି ମୋହନ ନାୟକ,ବବୁଲ୍ ନାୟକପ୍ରମୁଖ ଉପସ୍ଥିତ ଥିଲେ।

Related posts