ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ହେତୁ ସିପିଆଇଏମର ବିକ୍ଷୋଭ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): କରୋନା ମହାମାରୀ ସାଧାରଣ ଲୋକଙ୍କ ବଞ୍ଚିବାର ସାହାସ କାଢ଼ି ନେଇ ଦୁର୍ଗତୀ ଭିତରକୁ ଠେଲି ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ପ୍ରୟୋଜିତ ଘନ ଘନ ଦରବୃଦ୍ଧି ନୀତି ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । ଏହି ଦରବୃଦ୍ଧି ପ୍ରତିବାଦରେ ଆଜି ସିପିଆଇଏମ୍ ପକ୍ଷରୁ ଓଡ଼ଗାଁ ବ୍ଳକର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରେଟୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ବିଦ୍ୟୁତ୍ ଶକ୍ତି ଇତ୍ୟାଦି ଆକାଶ ଛୁଆଁ ହୋଇଛି । ଏଥିସହିତ କେନ୍ଦ୍ର ସରକାରଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ଘଟିଛି ବୋଲି ବିକ୍ଷୋଭକାରୀ ନେତାମାନେ କହିଛନ୍ତି । ଆଜି ସିପିଆଇଏମ୍ ନେତାମାନେ ଓଡ଼ଗାଁ ବ୍ଲକର ଶରଣକୁଳ, ବାଉଁଶିଆ, ଗୁଞ୍ଜବାରଣ, ଆଙ୍ଗିସିଙ୍ଗି, ଧୁସୁମା ଏବଂ ଶିଖରପୁର ଗ୍ରାମ ପଞ୍ଚାୟତରେ ପଥପ୍ରାନ୍ତ ସଭା କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି । ସିପିଆଇଏମର ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର, ଗୋଲକ ବିହାରୀ ମୁଦୁଲି, ପବିତ୍ର ଇନ୍ଦ୍ରଜିତ, ସରୋଜ ନାୟକ, ଜ୍ୟୋତିପ୍ରଭା ଜେନା, ରବିନ୍ଦ୍ର ମହାପାତ୍ର ପ୍ରମୁଖ ସାମିଲି ହୋଇଥିଲେ।

Related posts