ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘର ନୂଆଗାଁ ବ୍ଲକ ପାଇଁ କର୍ମକର୍ତ୍ତା ଚୟନ


ନୂଆଗାଁ, (ନୟାଗଡ଼ ଦର୍ପଣ): କିଛି ଦିନ ପୂର୍ବେ ରାଜ୍ୟରେ ପ୍ରଥମ କରି ନୟାଗଡ ଜିଲ୍ଲାରେ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘ ଗଠନ ହୋଇଥିବା ବେଳେ ଆଜି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ପ୍ରଥମ କରି ନୂଆଗାଁ ବ୍ଲକ ଡିଜିଟାଲ ମିଡ଼ିଆ ୟୁନିୟନ ନାମରେ ସଂଘ ଗଠିତ ହୋଇ ଏହି ସଂଗଠନର ପ୍ରଥମ ସାଙ୍ଗଠନିକ ବୈଠକ ତଥା କର୍ମକର୍ତ୍ତା ଚୟନ ହୋଇଯାଇଛି। ନୂଆଗାଁ ନିକଟସ୍ଥ ବାହାଡାଝୋଲା ବାରକୋଳା ଡାକ ବଙ୍ଗଳା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।

ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘର ସଭାପତି ଅନୱର ଅଲ୍ଲୀ, ସମ୍ପାଦକ କିଶୋର ମହାପାତ୍ର ଏବଂ ଜିଲ୍ଲା କମିଟିର ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥତିରେ ନୂଆଗାଁ ବ୍ଲକ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ଡିଜିଟାଲ ମିଡ଼ିଆ କ୍ଷେତ୍ରରେ କାମ କରୁଥିବା ସାମ୍ବାଦିକମାନଙ୍କୁ ସଂଗଠିତ କରିବା ସହିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଥିବା ନେଇ ମତ ପ୍ରକାଶ କରିଥିଲେ ଜିଲ୍ଲା ସଂଗଠନର ସଭାପତି ଅନୱର ଅଲ୍ଲୀ। ନୂଆଗାଁ ବ୍ଲକରେ ବିଭିନ୍ନ ସଂସ୍ଥା ପାଇଁ କାର୍ଯ୍ୟ କରୁଥିବା ପ୍ରତିନିଧିମାନେ ଶୃଙ୍ଖଳିତ ଭାବରେ ନିଜର କାମ କରିବା ସହିତ ବ୍ଲକ ଓ ଜିଲ୍ଲା ସଙ୍ଗଠନକୁ ଆଗେଇ ନେବାକୁ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ ଜିଲ୍ଲା ସମ୍ପାଦକ କିଶୋର ମହାପାତ୍ର। ବୈଠକରେ ସର୍ବ ସମ୍ମତି କ୍ରମେ ପ୍ରଦୀପ୍ତ କୁମାର ସାହୁ-ଉପଦେଷ୍ଟା, ସଞ୍ଜୀଵ କୁମାର ଡ଼ାକୁଆ – ସଭାପତି, ଚିନ୍ମୟ କୁମାର ପ୍ରଧାନ- ଉପ ସଭାପତି, ସୁଶାନ୍ତ କୁମାର ପଢିଆଳି- ସମ୍ପାଦକ, ରଞ୍ଜନ କୁମାର ନାୟକ- ସହ-ସମ୍ପାଦକ, ରବିନ୍ଦ୍ର କୁମାର ସାହୁ କୋଷାଧ୍ୟକ୍ଷ, ସଭ୍ୟ ଭାବରେ ନିରଞ୍ଜନ ସାହୁ, ପ୍ରଦୀପ କୁମାର ଜାନି, ମନୋଜ କୁମାର ସାହୁ, ସୁବ୍ରତ କୁମାର ପରିଡ଼ାଙ୍କୁ ମନୋନୟନ କରାଯାଇଥିଲା।

Related posts