ଜିଲ୍ଲା ପ୍ରଶାସନର ଢିଲା ଶାସନ ବିରୋଧରେ କଳାବ୍ୟାଚ ପିନ୍ଧି କଳାଦିବସ ପାଳନ କଲା ଗଣିଆ ପ୍ରେସ କ୍ଳବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଅବକାରୀ ବିଭାଗ ଏସ.ଆଇ ଧନଞ୍ଜୟ ପାତ୍ରଙ୍କୁ ଗିରଫ ତଥା ନିଲମ୍ବନ କରାଯିବାର ଦାବିକୁ ନେଇ ନୟାଗଡ଼ ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କ ଧାରଣାକୁ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ସମର୍ଥନ କରିଛି। ଉତ୍କଳ ସାମ୍ବାଦିକ ସଂଘର ସଭାପତି ରବିବାର ଦିନ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ନିକଟରେ କରାଯାଇଥିବା ଶାନ୍ତିପୂର୍ଣ୍ଣ ଧାରଣା ସ୍ଥଳରେ ପଂହଁଚି ଧାରଣାରେ ବସିଥିଲେ। କିନ୍ତୁ ଜିଲ୍ଲାପାଳ ସମସ୍ତ ସାମ୍ବାଦିକଙ୍କ ସାମନାରେ କୌଣସି ଦାବୀ ଗ୍ରହଣ କରିବେନି ବୋଲି ବକ୍ତବ୍ୟ ରଖିଥିବା ସହିତ ଏକ ଦଶଜଣିଆ କମିଟିକୁ କାର୍ଯ୍ୟାଳୟକୁ ଡକାଇଥିଲେ। ଏକ ପନ୍ଦର ଜଣିଆ ସାମ୍ବାଦିକ କମିଟିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସନ୍ଧ୍ୟା ୫ଘଟିକାରେ ବୈଠକରେ ବୁଧବାର ଦିନ ପର୍ଯ୍ୟନ୍ତ ମହଲତ ମାଗିଛନ୍ତି କୌଣସି କାର୍ଯ୍ୟାନୁଷ୍ଠାନ ନେବାପାଇଁ  ଏବଂ ନୟାଗଡ଼ ଏସ୍ପି ଉକ୍ତ ବିଷୟକୁ ନେଇ ଧନଞ୍ଜୟଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଥିବା ଜଣାଇଥିଲେ।

ଜିଲ୍ଲା ପ୍ରଶାସନ ନୁହେଁ ଇଏ ଢିଲା ପ୍ରଶାସନ ବୋଲି ଚର୍ଚା ହେଉଛି। କିନ୍ତୁ ସାମ୍ବାଦିକ ଏକତା ଜିଲ୍ଲାପାଳଙ୍କ ମହଲତକୁ ଅପେକ୍ଷା କରିବା ପାଇଁ ଉକ୍ତ ୩ ଦିନ ଜିଲ୍ଲାର ସମସ୍ତ ସାମ୍ବାଦିକ କଳା ବ୍ୟାଚ ପରିଧାନ କରି କଳା ଦିବସ ପାଳନ କରିବା ପାଇଁ ନିଷ୍ପତି ନିଆ ଯାଇଥିଲା। ଏହି କଳାଦିବସ ପାଳନକୁ ଗଣିଆ ପ୍ରେସ କ୍ଳବ ସ୍ୱାଗତ କରି ସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ଦାସଙ୍କ ନେତୃତ୍ୱରେ ସମସ୍ତ ସାମ୍ବାଦିକ କଳାବ୍ୟାଚ ପରିଧାନ କରିଛନ୍ତି। ଏପରିକି ଗଣିଆ ବଜାର ଦେଇ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଗଣିଆ ପ୍ରେସ କ୍ଳବର ସମସ୍ତ ସଦସ୍ୟ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅଭିଯୁକ୍ତ ଏସଆଇଙ୍କୁ ନିଲମ୍ବନ ତଥା ଗିରଫ ଦାବୀରେ ଏକ ଦାବିପତ୍ର ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରିଥିଲେ।

Related posts