ଓଡ଼ଗାଁ: ଓଡ଼ଗାଁ ବ୍ଲକ ସୁନାମୁହିଁ ପଞ୍ଚାୟତ ଲଣ୍ଡାବାଦୁ ଗାଁର ଯୁବଗୋଷ୍ଠୀ ଗାଁର ସମସ୍ତ ସ୍ଥାନଗୁଡିକୁ ପରିଷ୍କାର କରିଛନ୍ତି । ଗାଁରେ ଥିବା ନଳକୂପ, ପୋଖରୀ, ଡ୍ରେନ, କୋଠାଘର ଓ ସ୍କୁଲସାମ୍ନା ଅପରିଷ୍କାର ହୋଇ ପଡିରହିଥିବା ବେଳେ ଯୁବଗୋଷ୍ଠୀ ମିଳିତ ହୋଇ ଏହିସବୁ ସ୍ଥାନଗୁଡିକୁ ସଫାକରିବା ସହିତ ଫିନାଇଲ ବିଲ୍ଲୀଚିଂ ପକାଇ ବିଶୋଧନ କରିଛନ୍ତି । ନିଜେ ପରିଷ୍କାର ରହିବା ସହିତ ସଫେଇ ହୋଇଥିବା ସ୍ଥାନଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି। ତା’ସହିତ ମାସ୍କ ପିନ୍ଧିବା, ସାବୁନରେ ବାରମ୍ବାର ହାତ ଧୋଇବା ଏବଂ ସାମାଜିକ ଦୁରତା ରକ୍ଷା କରି ଚଳପ୍ରଚଳ କରିବା ପାଇଁ କୁହାଯାଇଛି । ତେବେ ଏହି ଅଞ୍ଚଳରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରଶାସନ ତରଫରୁ ବିଶୋଧନ କରାନଯିବାରୁ ଯୁବଗୋଷ୍ଠୀ ଏକାଠି ହୋଇ ଏଭଳି ପ୍ରଶଂସନୀୟ କାର୍ଯ୍ୟ କରିଥିବା ସ୍ଥାନୀୟ ସମାଜସେବୀ ନାରାୟଣ ଛୋଟରାୟ କହିଛନ୍ତି । ଯୁବଗୋଷ୍ଠୀ ଏଭଳି ସାମୁହିକ କାର୍ଯ୍ୟ କରୁଥିବା ଖବରପାଇ ସ୍ଥାନୀୟ ସରପଞ୍ଚ ମାନସ ରଞ୍ଜନ ସାହୁ ଉକ୍ତ ସ୍ଥାନରେ ପହଁଚି ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିଥିବା ଜଣାପଡିଛି।
Related posts
-
ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପାଳନ... -
ପିମିଟ କଲେଜ ଓଡ଼ଗାଁରେ ବାଲ୍ୟ ବିବାହ ସଚେତନତା
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ସ୍ଥିତ ପିମିଟ କଲେଜ ପରିସରରେ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି... -
ଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପ ପରିଭ୍ରମଣ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ...