ରଣପୁର: ରଣପୁର ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା। ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ସାମଗ୍ରୀ ସହ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ବିଭାଗର ଅତିରିକ୍ତ ସବ୍ ଇନ୍ସସ୍ପେକଟର ଧନଞ୍ଜୟ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ବ୍ଲକର ବିଭିନ୍ନ ସ୍ଥାନ ଯଥା ମୟୁରଝୁଲିଆ, ସୁରୁକାବାଡି ଓ ପଟିଆରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରିବା ସହିତ ଦୁଇଜଣ ମହିଳାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ରଣପୁର ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ, ମଦ ସହ ଦୁଇ ମହିଳା ଗିରଫ
