ନୟାଗଡ଼: ନୟାଗଡ଼ ଜିଲ୍ଲାର ପ୍ରଥମ ଛାପାକଳ ପ୍ରତିଷ୍ଠାତା ରଘୁନାଥ ମିଶ୍ର(୮୮)ଙ୍କ କରୋନା ଚିକିତ୍ସାଧିନ ସମୟରେ ପରଲୋକ ଘଟିଛି। ସେ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚାନ୍ଦପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ସୂଚନା ଯୋଗ୍ୟଯେ ଗତ ୬୦ ଦଶକରେ ନୟାଗଡ଼ ସହରରେ ପ୍ରଥମ ଛାପାକଳ ‘ରଘୁନାଥ ପ୍ରେସ’ ସ୍ଥାପନ କରି ବିଭିନ୍ନ ପୁସ୍ତିକା,ମାଗାଜିନ ତଥା ସରକାରୀ ନଥିପତ୍ର ଆଦି ଛାପୁଥିଲେ। ପରବର୍ତ୍ତି ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ଜଗନ୍ନାଥ ପ୍ରେସ ସ୍ଥାପନ କରି ବର୍ତ୍ତମାନ ପର୍ଯ୍ୟନ୍ତ ଛାପାକାର୍ଯ୍ୟ ଚାଲୁ ରଖିଥିଲେ। କୋଭିଡ ଗାଇଡଲାଇନ ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର ଚାନ୍ଦପୁରଠାରେ କରାଯାଇଥିବା ବେଳେ ମଧ୍ୟମ ପୁତ୍ର ଅଜିତ କୁମାର ମିଶ୍ର ମୁଖାଗ୍ନି ଦେଇଥିଲେ। ତାଙ୍କର ମୃତ୍ୟୁରେ ନୟାଗଡ଼ ବଣିକସଂଘ, ଉପର ବଜାରଛକ ବଣିକସଂଘ ତଥା ବିଭିନ୍ନ ବ୍ୟକ୍ତି ବିଶେଷ ଶୋକବ୍ୟକ୍ତ କରିଛନ୍ତି।
ନୟାଗଡ଼ ଜିଲ୍ଲାର ପ୍ରଥମ ଛାପାକଳ ପ୍ରତିଷ୍ଠାତା ରଘୁନାଥ ମିଶ୍ରଙ୍କ ପରଲୋକ
