ଓଡ଼ଗାଁ: ଓଡ଼ଗାଁ ପୋଲିସକୁ ବଡ଼ ସଫଳତା। ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଓଡ଼ଗାଁ ନୂତନ କୋର୍ଟ ସାମ୍ନାରେ ଥିବା ଅର୍ଣ୍ଣପୂର୍ଣ୍ଣା ଢ଼ାବା ମାଲିକ ରାଜୁ ଓରଫ ପ୍ରକାଶ ପ୍ରଧାନକୁ ଓଡ଼ଗାଁ ପୋଲିସ ଗିରଫ କରିବା ସହିତ ତା’ଠାରୁ ୨୧ଗ୍ରାମ ବ୍ରାଉନସୁଗାର ଜବତ କରିଛି ।ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ। ଅଭିଯୁକ୍ତ ରାଜୁ କଲେଜ ଛାତ୍ରମାନଙ୍କୁ ବ୍ରାଉନସୁଗାର ଯୋଗାଉଥିବା ଖବର ଥିଲା ପୋଲିସ ପାଖରେ ତେବେ ଅଭିଯୁକ୍ତ ନିଜ ବୁଲେଟରେ ଆସୁଥିବା ଖବର ପାଇ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ପ୍ରଜ୍ଞା ପରମିତା ଜେନା, ସବ-ଇନିସ୍ପେକ୍ଟର ସଞ୍ଜୟ କୁମାର ପରିଡା, ସ୍ନେହଲତା ପ୍ରଧାନ ଚଢ଼ାଉ କରି ରାଜୁର ଢ଼ାବା ସାମ୍ନାରୁ ତାକୁ ଗିରଫ କରି ୫୫/୨୧ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି।
ଆଦର୍ଶ ଥାନା ଅଞ୍ଚଳରୁ ୨୧ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ
