ଗାଁ’ର ନାଁ ଗୋବିନ୍ଦ ପୁର, ଆଖ ପାଖ ଅଂଚଳ ଭିତରେ ଖୁଵ ବଡ଼ ଗାଁ’, ଗୋବିନ୍ଦ ପୁର ଲୋକ ସଂଖ୍ୟାର ଶତକଡା ପଚାଶ ଭାଗ ବ୍ରାହ୍ମଣ ସମ୍ପ୍ରଦାୟର, ଏଇଠୁ ସବୁ ଗୋସେଇଁ ମାନେ ଯାନ୍ତି ଧର୍ମ କାଯ୍ୟ ଆଦି କରିବାକୁ ଆଖ ପାଖ ଗାଁ କୁ, ଗାଁ ର ସୌନ୍ଦର୍ଯ୍ୟ କଥା ନ କହିବା ଭଲ, ନ ଦେଖିଲା ଲୋକ ବିଶ୍ୱାସ ହିଁ କରିବନି l
ଗାଁ'ଟି ପୂର୍ବ ପଶ୍ଚିମ ହୋଇ ଦୁଇ ଧାଡିରେ ବସିଚି, ଦୁଇ ପଟେ ଦୁଇଟି ରାସ୍ତା ମଝିରେ ଗାଁ'ର ଏ ମୁଣ୍ଡରୁ ଶେଷ ମୁଣ୍ଡ ଯାଏ ନଡ଼ିଆ ଗଛ, ଗାଁ'ର ଦକ୍ଷିଣା ଭାଗର ଆମ୍ବତୋଟାରେ ଗ୍ରାମ ଦେବତୀ ମା ବ୍ରାହ୍ମଣୀ ଦେବୀ, ଗାଁ'ର ଉତ୍ତର ଭାଗରେ ସୁନ୍ଦର ପୋଖରୀ ଟିଏ, ଗାଁ' ମୁଣ୍ଡ ପଶ୍ଚିମ ଭାଗରେ ଶ୍ରୀ ଲୋକନାଥ ମନ୍ଦିର ଆଉ ପୂର୍ବରେ ଆମ୍ବ ଝର ନଦୀକୂଳରେ ଗୋପୀନାଥଜୀଉ ଙ୍କ ମନ୍ଦିର, ଆହାଃ ସକାଳର ସୁଯ୍ୟ ଯେମିତି ସେହି ଗାଁ'ର ଲୋକଙ୍କ ମନରେ ନୂଆ ସମ୍ଭାବନା ଓ ଆଶା ନେଇ ଆସେ, ଜାଣିଛ ଗୋପୀନାଥ ଜୀଉ ଙ୍କ ମନ୍ଦିର ବେଢାକୁ ହଜାର ହଜାର ଶୁଆ ନୀତି ଉଡି ଆସନ୍ତି କାହିଁ କେଉଁ କାଳୁ ଏମିତି, ଗୋପୀନାଥଙ୍କୁ ପୂଜା କରୁଥିବା ବୟସ୍କ ପୂଜକ କୁହନ୍ତି, ଗୋପୀନାଥ ମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ଏ ଶୁଆ ମାନେ ଏମିତି ଆସୁଛନ୍ତି ମୁଁ ବାପାଙ୍କ ଠାରୁ ଶୁଣିଛି, ଆଗେ ଆଗେ କମ ସଂଖ୍ୟାରେ ଆସୁଥିଲେ ଏଵେ ଖାଇବାକୁ ଦେବାରୁ ସଂଖ୍ୟା ବଢିଛି। ଏ ମନ୍ଦିର କାଇଁ କେଉଁ କାଳର ପରା, ଚାଳ ଘର ସବୁ ସିନା ଭାଙ୍ଗି ଛାତ ହେଇଗଲା ହେଲେ ଏ ପଥର ଖୋଦିତ ମନ୍ଦିର କହୁଛି, ଏ ମନ୍ଦିର କେଉଁ କାଳର, ଏ ଭଳି କଳା କାରିଗରୀ ମନ୍ଦିର ଆଉ କଣ ଏ ଅଂଚଳରେ ଅଛି?
ସବୁ କିଛି ଠିକ ଚାଲିଥିଲା ଗୋବିନ୍ଦପୁରରେ, ଦିନେ ଚହଳ ପଡିଲା ଗୋଟେ ଚୋର ମନ୍ଦିର ବେଢ଼ାରୁ ଅଠା କାଠି ଦ୍ୱାରା ଶୁଆ ଧରିଲା ବେଳେ ଧରା ପଡିଚି ଗାଁ' ଲୋକଙ୍କ ହାତରେ, ନିଆଁ ଭଳି କଥା ଟି ଖେଳିଗଲା ଗାଁ'ଟା ସାରା, ଗାଁ'ର ସ୍ୱାଭିମାନର କଥା କିଏ ବା ସହିବ? ଯାହା କାନରେ ଏ କଥା ପଡିଲା ମାଇକିନା, ଅଣ୍ଡିରା, ପିଲା ସଭିଏଁ ଯାଇ ରୁଣ୍ଡ ହେଲେ ମନ୍ଦିର ବେଢ଼ାରେ, ସେତେ ବେଳକୁ ଅଭିଯୁକ୍ତକୁ ସେହି ଗାଁ'ର କିଛି ଖଳ ପକୃତିର ଲୋକ ମାରଧର ଆରମ୍ଭ କରିଦେଇଥାନ୍ତି। ଅଭିଯୁକ୍ତ କିନ୍ତୁ ପ୍ରଶ୍ନବାଚୀ ନଜରରେ ଚାଁହୁଥିଲା ସଭିଙ୍କୁ ସତେ ଯେମିତି ମାଡ଼ ଗୁଡିକ କଷ୍ଟ ଦେଉନଥିଲା ତାକୁ!
ଗୋବିନ୍ଦପୁର ଗାଁ ର ମୁଖିଆ ନରୋତ୍ତମ ମିଶ୍ର ଘଟଣା ବିଷୟରେ ଶୁଣି ଆସୁ ଆସୁ ତାଙ୍କରି ଆଗରେ କିଏ ଜଣେ କାଠ ଫାଳିଆରେ ଶକ୍ତ ପାହାର ଦେଲା ଚୋରର କାନ ମୂଳିକୁ, ସେଇଠି ଟଳିପଡିଲା ଅଭିଯୁକ୍ତ ଧାର ଧାର ରକ୍ତ ବୁହାଇ l ଗାଁ ମୁଖିଆ ନରୋତ୍ତମ ମିଶ୍ର ଜାତିରେ ବ୍ରାହ୍ମଣ, ଗାଁ’ର ସବୁଠୁ ଧନୀ, ଜ୍ଞାନ ବି ଢେର ଅଧିକା, ସଭିଁଙ୍କଠାରୁ ପୁରାଣ ଶାସ୍ତ୍ରରେ ପାରଙ୍ଗମ, ଦୋଷୀ ନିର୍ଦୋଷୀ ବିଚରା ନ ହେଇ କିଏସେ ଅଧିକାର ଦେଲା ଦଣ୍ଡ ଦେବାକୁ କହି ଜାରି କଲେ, ଗାଁ’ରେ ଏ ଘଟଣାର ବିଚାର କରାଯିବ ବୋଲି କହିଲେ l
ଗାଁ ମୁଖିଆ ଚିନ୍ତା କଲେ ଯାହା ତ ହେଲାଣି, ଏଵେ ସଂମାନ ପୂର୍ବକ ଅଭିଯୁକ୍ତର ଶବକୁ ତାର ପରିବାରକୁ ହସ୍ତାନ୍ତର କରିବାକୁ ଵେବସ୍ଥା କରିବାକୁ ହେବ କିନ୍ତୁ ଅଚିନ୍ହା ଶବ ଚିନ୍ହଟ କେମିତି ହେବ? ଏ କଥା ବି ଗାଁ ଲୋକ ଟୁପୁର ଟାପୁର ହଉ ହଉ, ସେ ଗାଁ'କୁ ଆସିଥିବା ବୃଦ୍ଧ ପରିବା ବିକାଳୀ କହି ଉଠିଲା ମୁଁ ୟାଙ୍କୁ ଚିନ୍ହିଛି, ଏତିକି ଶୁଣୁ ଶୁଣୁ ଗାଁ ଲୋକଙ୍କର ଟୁପୁର ଟାପୁର ପୁରା ନିରବ, ଜାଣିବା ପାଇଁ କି ସେ କିଏ? ତା ଗାଁ କେଉଁଠି?
ନରୋତ୍ତମ ମିଶ୍ର ପରିବା ବିକାଳିକୁ ପଚାରିଲେ, ତମେ ୟାଙ୍କୁ କେମିତି ଚିନ୍ହିଲ? ପରିବା ବିକାଳି ଉତ୍ତର ଦେଲା... ମୋ ନାଁ ହରିଆ... ହରେକୃଷ୍ଣ ପ୍ରଧାନ... ମୋ ଗାଁ ନାଁ ରତନ ପୁର, ଆପଣଙ୍କ ଗାଁ ଭଳି ମୁଁ ଏମିତି ଅନେକ ଗାଁ'ରେ ପରିବା ବିକି ଚଳେ।
ଏ ଯେଉଁ ଯୁବକ ମୃତ ହୋଇ ପଡିଚି ସେ ଦୁର୍ଗାପ୍ରସାଦର ଅନନ୍ତ ମହାରଣାଙ୍କ ବଡ଼ ପୁଅ, ତାଙ୍କର ମୋ ଠାରୁ ସବୁ ପାଳି ପରିବା କିଣନ୍ତି, ମୁଁ ପରା ପିଲା ବେଳୁ ଏ ଯୁବକକୁ ଦେଖି ଆସୁଛି, ଏ ପିଲାର ନାଁ ସହଦେବ ମହାରଣା ଖୁଵ ଭଲ ମନ୍ଦିର କାରିଗର ଆଜ୍ଞା, ଏତେ ଛୋଟ ବୟସରେ ଅନେକ କଳା କାରୁକାଯ୍ୟ ଛାଡିଥିଲା ଆମ ଆଖ ପାଖ ଅଂଚଳରେ।
ଦିନେ ବିଚରା ଦଇବ ଅନନ୍ତ ମହାରଣା ଉପରେ ନିଷ୍ଠୁର ହେଲା କାହିଁକି କେଜାଣି, ଏ ପିଲାଟି ତାର ପାଗଳ ହେଇଗଲା, ସାନ ପୁଅ ଜନ୍ମରୁ ଛୋଟା, ଅନନ୍ତର ଆଉ ବଳ ନାଇଁ, ଏ ବୁଢା ବୟସରେ କୋଉଠୁ ଅର୍ଥ ଆଣିବ ଯେ ପୁଅ ମାନଙ୍କର ଚିକିତ୍ସା କରିବ? ବିଚରା ସହଦେବଟା ପାଗଳ ହେଇ ସେମିତି ଏ ଗାଁ'ରୁ ସେ ଗାଁ' ବୁଲୁଥିଲା। ଅନନ୍ତ ମହାରଣା ବି ଭଲ ମନ୍ଦିର କାରିଗର ଆଜ୍ଞା, ତା ବଡ଼ ପୁଅ ଏଇ ପରା ତା'ଠାରୁ କାମ ଶିଖିଚି, କିନ୍ତୁ ବାପା ଠାରୁ ପୁଅ ବଳିଯାଇଥିଲା ଆଜ୍ଞା କେତେ ବାଟରୁ ଆସନ୍ତି ଲୋକେ ତାକୁ ମନ୍ଦିର ତୋଳିବାକୁ ଡାକିବାକୁ। ତା' ହାତ ତିଆରି ଅଠାକୁ ମାନିଆକୁ ପଡିବ ହଁ, ଆମ ଗାଁ ବନଦୁର୍ଗାଙ୍କ ଭଙ୍ଗା ପଥର ମୂର୍ତ୍ତିକୁ ଯୋଡ଼ିଦେଲା ପରା।
(ପରିବା ବିକାଳି ଗାଁ ମୁଖିଆଙ୍କୁ)... ଆଜ୍ଞା ଆପଣ ଶିକ୍ଷିତ ବ୍ରାହ୍ମଣ ଲୋକ ମୁଁ ହେଲି ଚଷା ମୁଲିଆ ଲୋକ, ଛୋଟ ତୁଣ୍ଡରେ ବଡ଼ କଥାଟିଏ କହିବି ଆଜ୍ଞା..... ସହଦେବ ଟା ପକ୍ଷୀ ଚୋର ଯେ ଶୁଣି ବିଶ୍ୱାସ ହେଉନି, ମୁଁ ତାକୁ ପିଲା ବେଳୁ ଦେଖିଚି ପରା, କାହାକୁ କିଛି କହିବନି ସବୁ ବେଳେ ଠାକୁର ପୂଜା, ଆଉ ପକ୍ଷୀ ପଶୁ ତାର ଖୁଵ ପ୍ରିୟ, ଥରେ ତାଙ୍କ ଗାଁ ରେ ମୋର ପାଳି ପଡିଥାଏ, କାହାର କୂଅରେ ପଡିଗଲା ଗୋଟେ କଅଁଳ ବାଛୁରୀ, ଖପ କିଣା ଡେଇଁପଡ଼ିଲା କୂଅକୁ ଆଉ ବାଛୁରୀକୁ ଧରି ଉପରକୁ ଆସିଲା, ଗାଁ ଯାକର ତାଳି ମାଡ଼। ସାନ୍ତେ ଆଜ୍ଞା ଭାବିଲେ ଏ ଭଳି ପିଲା କଣ ପକ୍ଷୀ ଚୋରି କରିପାରିବ?
ଏତିକି ଶୁଣି ଗାଁ ମୁଖିଆ କିଛି କହିବାକୁ ଭାବୁ ଭାବୁ, ଗାଁ ର କିଛି ଲୋକ ଆସି କହିଲେ ସାନ୍ତେ ସାନ୍ତେ ଆମେ ଆଉ କଣ କଣ ଚୋରି ଯାଇଛି ତଦାରଖ କରୁ କରୁ ଦେଖିଲୁ ଆମ ମନ୍ଦିରର ଯେଉଁ ଦଧିନଉତିର ଖଣ୍ଡେ ପଥର ଭାଙ୍ଗି ତଳେ ମନ୍ଦିର ବେଢାରେ ପଡିଥିଲା, ସେଇଟା କାଇଁ ଆଉ ନାଇଁ.......
ଏତିକି ଶୁଣୁ ଶୁଣୁ ସାନ୍ତେ ଚାହିଁଲେ ମନ୍ଦିର ଚୂଡ଼ାକୁ, ଯାହା ଦେଖିଲେ ଆଖିକୁ ବିଶ୍ୱାସ କରିପାରିଲେନି, ଖାଲି କାନ୍ଦି କାନ୍ଦି କହୁଥିଲୁ କଣ କଲରେ ଚଣ୍ଡାଳ….
ମହାରଣା ପିଲାଟାକୁ ମାରିଦେଲ………….
ପ୍ରଭୂଦତ୍ତ ପ୍ରଧାନ କେବେ ବି ଗଳ୍ପ ଲେଖନ୍ତିନି କିନ୍ତୁ ଚେଷ୍ଟା କରିଛନ୍ତି କିଛି ଲେଖିବାକୁ ଭୁଲ ଥିଲେ କ୍ଷମା କରିବେ ବିଦଗ୍ଧ ପାଠକ, ପଢିସାରି ମତ ରଖିଲେ ସଂଶୋଧନ ପାଇଁ ସହାୟକ ହେବବୋଲି ଅନୁରୋଧ କଲେ ଲେଖକ ପ୍ରଭୂଦତ୍ତ..
ନୟାଗଡ, ଫୋନ- ୭୯୭୮୫୮୮୧୭୭