ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉ ଥିବା ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଏନଏସି ହାଇସ୍କୁଲ ଏବଂ ବ୍ରଜେନ୍ଦ୍ର ହାଇସ୍କୁଲର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ପୁରୁଣା ସହରସ୍ଥିତ ଦକ୍ଷିଣକାଳୀ ମନ୍ଦିର ସମ୍ମୁଖରୁ ମହର୍ଷି ବିଦ୍ୟାମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସାଇକେଲ ରାଲିକୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଉଭୟ ଅତିଥି ସାଇକେଲ ଚଳାଇ ଏହି ରାଲିରେ ସାମିଲ ହୋଇଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ସୁଜାତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ରାଲିରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନିଲ କୁମାର ଦାଶ, ଜିଲ୍ଲା…
Read MoreDay: September 1, 2025
ଜିଲ୍ଲା ଲେଖକ ପରିଷଦ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଲେଖକ ପରିଷଦର ଆଗାମୀ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସିନ୍ଦୁରିଆ ବକ୍ସି ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଶେଖ ଅବଦୁଲ ଖାଲିକ ଗତବର୍ଷ ଅନୁଷ୍ଠିତ ବାର୍ଷିକ ଉତ୍ସବର ସବିଶେଷ ତଥ୍ୟ ଉପସ୍ଥାପନା କରିବା ସହିତ ଚଳିତ ବର୍ଷର ବ୍ୟୟ ଅଟକଳ ଏବଂ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ବର୍ଷ ବାର୍ଷିକ ଉତ୍ସବ ଡିସେମ୍ବର ୧୩ ଏବଂ ୧୪ ଦୁଇଦିନ ଧରି ଅନୁଷ୍ଠିତ ହେବ। ପ୍ରଥମ ଦିବସରେ ଲେଖକ ପରିଷଦ ସଦସ୍ୟ ମାନଙ୍କ ଦ୍ୱାରା ଏକ ନାଟକ ପରିବେଷଣ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ତେଣୁ ଏଥି ନିମନ୍ତେ ଏକ ନାଟକ ଓ କଳାକାର ଚୟନ କମିଟି ଗଠନ କରାଯାଇଥିବା ବେଳେ ପ୍ରଧାନୀ ବୃନ୍ଦାବନ…
Read More