ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ, କୁରାଳ ଓଡ଼ଗାଁର ବିଦ୍ୟାର୍ଥୀ ମାନେ ନିଜ ମିହାବିଦ୍ୟାଳୟର କିଛି ସମସ୍ୟାକୁ ନେଇ ୬ଦଫା ସମ୍ବଳିତ ଦାବିପତ୍ର ଅଧକ୍ଷଙ୍କୁ ପ୍ରଦାନ କରାଯାଇଛି। ଅଧ୍ୟକ୍ଷଙ୍କ ମାଧ୍ୟମରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଏହି ଦାବିପତ୍ରକୁ ପଠାଯିବ। ୬ଦଫା ଦାବିପତ୍ରରେ ମହାବିଦ୍ୟାଳୟର ପ୍ରତି ପାର୍ଶ୍ଵରେ ପ୍ରାଚୀର ନିର୍ମାଣ, ଛାତ୍ର ସାଧାରଣ କକ୍ଷର ନିର୍ମାଣ, ଶୌଚାଳୟର ଉନ୍ନତି କରଣ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି, ମହାବିଦ୍ୟାଳୟ ନିମନ୍ତେ ଏକ ଖେଳ ପଡିଆର ନିର୍ମାଣ ଆଦି ବିଷୟ ଉଲ୍ଲେଖ କରାଯାଇଛି। ପ୍ରକାଶ ଥାଉକି ଯେ ମହବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଦସ୍ତଖତ ଅଭିଯାନ କରାଯାଇ ପ୍ରମୁଖ ଅସୁବିଧା ଗୁଡିକର ସ୍ଥାୟୀ ସମାଧାନ ନିମନ୍ତେ ଦାବି ଉପସ୍ଥାପନ କରାଯାଇଅଛି। ଦାବି ନମାନିଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ କରାଯିବ ବୋଲି ଛାତ୍ର…
Read MoreDay: September 24, 2025
ଓଡ଼ଗାଁ ରଘୁନାଥଜୀଉଙ୍କ ହୁଣ୍ଡି ଖୋଲିଲା, ୩ ଲକ୍ଷ ୬୭ହଜାର ୪୪୪ ଟଙ୍କା ଆଦାୟ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଜି ଦେବୋତ୍ତର ବିଭାଗ, ରାଜସ୍ୱ ବିଭାଗ ଓ ପୁଲିସ ଉପସ୍ଥିତିରେ ଶ୍ରୀ ରଘୁନାଥ ଜୀଉଙ୍କ ହୁଣ୍ଡି ଖୋଲାଯାଇଛି।ହୁଣ୍ଡି ମଧ୍ୟରୁ ନଗଦ ୩ ଲକ୍ଷ ୬୭ ହଜାର ୪୪୪ ଟଙ୍କା ସମେତ ସୁନା ୧୪୧ ମିଲିଗ୍ରାମ,ରୁପା ୪୦୦ ମିଲିଗ୍ରାମ ଓ ୪୦୦ ଗ୍ରାମର ଗୋଟିଏ ଘଣ୍ଟି ମିଳିଥିବା ନେଇ ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ମିଳିଅଛି।ଏଥିରେ ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଦେବୋତ୍ତର ମ୍ୟାନେଜର ତାପସରଞ୍ଜନ ପଟ୍ଟନାୟକ, ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର,ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଜ୍ୟୋସ୍ନା ଦେଇ,ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର,ସୁଆର ପରିଷଦ ସଭାପତି ସୁବ୍ରତ କୁମାର ପଣ୍ଡା,ସମ୍ପାଦକ କାର୍ତ୍ତିକଚନ୍ଦ୍ର ପଣ୍ଡା, ତହସିଲ କର୍ମଚାରୀ ଓ ପୁଲିସ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା।ସୂଚନା ଥାଉ କି ୨୦୨୫ ମସିହା ଫେବୃଆରୀ ମାସ ୨୧ ତାରିଖରେ ଶ୍ରୀ ରଘୁନାଥ ଜୀଉଙ୍କ ହୁଣ୍ଡିରୁ…
Read Moreହିନ୍ଦୀ: ରାଷ୍ଟ୍ରୀୟ ଏକତାର ଭାଷା
ନୟାଗଡ଼, (ନୟାଗଡ଼ ଦର୍ପଣ): କେବଳ ଭାରତର ଏକ ପ୍ରମୁଖ ଭାଷା ଭାବେ ନୁହେଁ ଭାରତୀୟ ସାଂସ୍କୃତିକ ଏକତା ଦିଗରେ ମଧ୍ୟ ହିନ୍ଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଅଛି। ସ୍ୱାଧୀନତା ଆନ୍ଦୋଳନରେ ଭାରତୀୟଙ୍କ ମଧ୍ୟରେ ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିବା ଦିଗରେ ହିନ୍ଦୀ ଥିଲା ପ୍ରମୁଖ ମାଧ୍ୟମ। ଆଜି କେବଳ ଭାରତ ନୁହେଁ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ହିନ୍ଦୀ ଭାଷା ବେଶ୍ ପ୍ରଭାବଶାଳୀ ହୋଇପାରିଛି। ଅତଏବ ହିନ୍ଦୀ ଦିବସ ପାଳନ କେବଳ ଏକ ଔପଚାରିକ ଉତ୍ସବ ନୁହେଁ ବଂର ଏକ ଜାଗୃତି ଅଭିଯାନ ଯହା ଆମକୁ ଆମର ରାଜଭାଷା ପ୍ରତି ଭଲପାଇବା ଏବଂ ସମ୍ମାନ ପ୍ରଦାନ କରିବାକୁ ଉତ୍ସାହିତ କରେ। ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ହିନ୍ଦୀ ପକ୍ଷ ପାଳନ ଅବସରରେ ଅତିଥି ତଥା ହିନ୍ଦୀ ଭାଷା ସାହିତ୍ୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାର୍ଥୀମାନେ ଏହି ମତବ୍ୟକ୍ତ…
Read More