ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କ ବିକାଶ ପାଇଁ ମିଶନଶକ୍ତି ମାଧ୍ୟମରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରୁଥିବାବେଳେ ମହିଳାମାନଙ୍କ ସ୍ୱତନ୍ତ୍ର ଗୃହ ପାଇଁ ଆଜି ଓଡ଼ଗାଁ ବ୍ଲକ କୋମଣ୍ଡ ପଞ୍ଚାୟତ ପରିସରରେ “ମିଶନ ଶକ୍ତି” ଗୃହର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନବନିଯୁକ୍ତ ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ବିରାଜଲକ୍ଷ୍ମୀ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭୂମିପୂଜନ କରିଥିବା ବେଳେ ୨ନଂ ଜୋନର ଜିଲ୍ଲା ପରିଷଦ ବିଭୁପ୍ରସାଦ ସାହୁ ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇଥିଲେ।ଏହି ପଞ୍ଚାୟତର ମହିଳାମାନେ ଉପସ୍ଥିତ ରହି ହୁଳହୁଳି ମାଧ୍ୟମରେ ମହିଳା ସଭାନେତ୍ରୀଙ୍କୁ ସ୍ୱାଗତ କରିଥିବା ବେଳେ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। କୋମଣ୍ଡ ସରପଞ୍ଚ ସୁଶାନ୍ତ କୁମାର ଦଳେଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
କୋମଣ୍ଡ ପଞ୍ଚାୟତ ପରିସରରେ ‘ମିଶନ ଶକ୍ତି’ ଗୃହପାଇଁ ଭୂମିପୂଜନ ଉତ୍ସବ ଅନୁଷ୍ଠିତ
