ନୟାଗଡ଼ ରୋଟାରୀ କ୍ଳବର ୩୨ତମ ଅଧିଷ୍ଠାନ ଉତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ରୋଟାରୀ କ୍ଲବର ୩୨ତମ ଅଧିଷ୍ଠାନ ଉତ୍ସବ ଆଜି ପାଳିତ ହୋଇଯାଇଛି । ସଭାପତି ନିରୂପମା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୈାରନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଏବଂ ତାଙ୍କ ଧର୍ମପତ୍ନୀ ଡ. ରୋମା ଦାଶ ଅତିଥିଭାବେ ଯୋଗଦେଇଥିଲେ। ନୀରିହ, ନିଷ୍ପେଷିତ ଓ ଅଭାବୀ ମଣିଷଙ୍କ ସେବା କରିବା ପାଇଁ ରୋଟାରିଆନମାନେ ସଦା ସର୍ବଦା ଜାଗ୍ରତ ବୋଲି ମୁଖ୍ୟ ଅତିଥି କହିଥିବା ବେଳେ ସେବା ମନ୍ତ୍ର ସମସ୍ତଙ୍କୁ ଅଭିମନ୍ତ୍ରୀତ କରୁ ବୋଲି ଆହ୍ୱାନ ଦେଇଥିଲେ ।

ଆଜିର ଏହି ଉତ୍ସବରେ କ୍ଲବର ନୂତନ ସଭାପତି ଭାବେ ରୋଟାରିଆନ ଧୀରେନ୍ଦ୍ର ପଟ୍ଟନାୟକ ଏବଂ ସମ୍ପାଦକ ଭାବେ ମିହିର ରଞ୍ଜନ ନାୟକ ଦାୟିତ୍ୱ ଗ୍ରହଣ କରିଥିଲେ। ବରିଷ୍ଠ ରୋଟାରିଆନ ପ୍ରମୋଦ ପଟ୍ଟନାୟକ ଉତ୍ସବ ସମ୍ପର୍କିତ ସୂଚନା ପ୍ରଦାନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। କ୍ଳବ ପକ୍ଷରୁ ବରିଷ୍ଠ ରୋଟାରିଆନ ସାୱରମଲ ଅଗ୍ରୱାଲ, ବସିରନ ବିବି ଅତିଥିମାନଙ୍କୁ ଜଗନ୍ନାଥଙ୍କ ଫୋଟୋ ଏବଂ ପୁସ୍ତକ ପ୍ରଦାନ କରିଥିଲେ। ପରିଶେଷରେ ରୋଟାରିଆନ ପ୍ରବୀର କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଧିଷ୍ଠାନ ଉତ୍ସବରେ ବହୁ ରୋଟାରିଆନ ଉପସ୍ଥିତ ଥିଲେ।

Related posts