ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ତହସିଲ ଅନ୍ତର୍ଗତ ପୁଆଁଣିଆ ଟାଙ୍ଗରା ପାହାଡ଼ ଲିଜଧାରୀ ଅଦ୍ୟାବଧି ନିର୍ଦ୍ଧାରିତ ଲିଜଠାରୁ ପ୍ରାୟ ୧୦୦ଗୁଣା ପଥର ଦୁଇଲକ୍ଷ ଘନ ମିଟର ଉତ୍ତୋଳନ କରି ସାରିଥିବା ବେସରକାରୀ ଭାବେ ଆକଳନ କରାଯାଇଛି l ଲିଜଧାରୀ ସନ୍ତୋଷ କୁମାର ପାତ୍ରଙ୍କୁ ଟାଙ୍ଗରା ପାହାଡ଼ରୁ ବାର୍ଷିକ ୧୯୮୦ କ୍ୟୁବିକ (ଘନ) ମିଟର କଳାମୁଗୁନି ପଥର ଉତ୍ତୋଳନ ପାଇଁ ଓଡଗାଁ ତହସିଲଦାର ୨୦୧୮ ମସିହାରୁ ପାଞ୍ଚବର୍ଷିଆ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲିଜ ଦିଆଯାଇଥିଲା l କିନ୍ତୁ ଲିଜଧାରୀ ବର୍ଷକୁ ୧୯୮୦ କ୍ୟୁବିକ ମିଟର ପଥର ଉତ୍ତୋଳନ କରିବା ପରିବର୍ତ୍ତେ ପ୍ରତ୍ୟେକ ମାସରେ ପ୍ରାୟ ୫୦୦୦ କ୍ୟୁବିକ ମିଟର ପଥର ଉତ୍ତୋଳନ କରି ଚାଲିଛନ୍ତି l ନିର୍ଦ୍ଧାରିତ ଲିଜ ଠାରୁ ଅଦ୍ୟାବଧି ପ୍ରାୟ ୧୦୦ ଗୁଣା ଖଣି ଉତ୍ତୋଳନ କରାଯାଇ ପୁଆଁଣିଆ ମୌଜାରୁ ପ୍ରାକୃତିକ ସମ୍ପଦ ଦିନଦାହାଡ଼େ ଲୁଟ…
Read MoreCategory: ଓଡ଼ଗାଁ ବ୍ଲକ
ନୟାଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୮ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ନୟାଗଡ଼/ଓଡ଼ଗାଁ,(ନୟାଗଡ଼ ଦର୍ପଣ): 5T ଉପକ୍ରମରେ ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତରିତ ପର୍ବ । ରୂପାନ୍ତରଣ କାର୍ଯ୍ୟକ୍ରମରେ ଆଜି ନୂଆପଡା, ଗଞ୍ଜାମ, ସମ୍ଵଲପୁର, ରାୟଗଡ଼ା ଓ ନୟାଗଡ଼ ଜିଲ୍ଲାର ୧୩୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକାର୍ପିତ ହୋଇଥିବା ୧୩୦ଟି ସ୍କୁଲ ମଧ୍ୟରୁ ନୂଆପଡାର ୭ଟି, ଗଞ୍ଜାମର ୮୩ଟି, ସମ୍ବଲପୁରର ୨୫ଟି, ନୟାଗଡ଼ର ୮ଟି ଓ ରାୟଗଡ଼ାର ୭ଟି ସ୍କୁଲ ରହିଛି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜିର ଦିନଟି ସ୍ୱତନ୍ତ୍ର । 5T ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ୧୦୭୫ଟି ସ୍କୁଲର ରୂପାନ୍ତରଣ ହେବ। ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସ୍କୁଲ ରୂପାନ୍ତରଣ 5T କାର୍ଯ୍ୟକ୍ରମର ସବୁଠୁ ବଡ଼ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସ୍କୁଲରେ…
Read Moreଜିଲ୍ଲାରେ ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ଲଗାମ ନାହିଁ, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବର୍ତ୍ତମାନ ଯୁଗରେ କମ୍ପ୍ୟୁଟର ବିନା କାର୍ଯ୍ୟ କରିବା ଅସମ୍ଭବ ହୋଇପଡିଛି। ବୈଷୟିକ ଶିକ୍ଷା ପ୍ରତି ଯୁବତୀ ଯୁବକଙ୍କ ମଧ୍ୟରେ ଏବେ ଆକର୍ଷଣ ବଢୁଥିବା ବେଳେ ଯୁବପିଢ଼ିଙ୍କ ପାଇଁ ଏହି କମ୍ପ୍ୟୁଟର ଶିକ୍ଷାର ଆବଶ୍ୟକତା ରହିଛି। ଏହାର ସୁଯୋଗ ନେଇଛନ୍ତି କିଛି ଜାଲି ଅନୁଷ୍ଠାନ। ଏହି ସଂସ୍ଥା ବିଭିନ୍ନ ସ୍ଥାନରେ ତାଲିମ କେନ୍ଦ୍ର ଖୋଲି ଜାଲ ସାର୍ଟିଫିକେଟ ବାଣ୍ଟୁଛନ୍ତି। ଫଳରେ ଛାତ୍ରୀଛାତ୍ରମାନେ ଠକାମିର ଶିକାର ହେଉଛନ୍ତି। ଚାକିରି ପାଇଁ ଏହି ସାର୍ଟିଫିକେଟକୁ ଦେଖାଇଲେ ତାହା ଜାଲ ବୋଲି କୁହାଯାଉଛି। ଏହି ଠକ ସଂସ୍ଥା ଠାରୁ ଦୂରେଇ ରହିବାକୁ ଆଜି ଓଡ଼ଗାଁ ଓରିକମ୍ କମ୍ପ୍ୟୁଟର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ଆଜିର ଏହି ସମ୍ମିଳନୀରେ ନୟାଗଡ଼ ଜିଲ୍ଲା ସଂଘର ସଭାପତି ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ତେବେ…
Read Moreମହାମାରୀ କରୋନା ପାଇଁ ବନ୍ଦ ଥିଲା ବିଦ୍ୟାଳୟ, ଦୀର୍ଘ ଦେଢ଼ ବର୍ଷ ପରେ ଖୋଲିଲା ୬ଷ୍ଠ, ୭ମ ଶ୍ରେଣୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୀର୍ଘ ଦେଢ଼ ବର୍ଷ ପରେ ୬ଷ୍ଠ ଓ ୭ମ ଶ୍ରେଣୀ ଖୋଲିଥିବା ବେଳେ ପ୍ରବଳ ଉତ୍ସାହ ଏବଂ ଉଦ୍ଦୀପନା ମଧ୍ୟରେ ଆଜି ବହୁ ସଂଖ୍ୟାରେ ପିଲାମାନେ ବିଦ୍ୟାଳୟକୁ ଆସିଥିଲେ । କରୋନା କଟକଣା ଯୋଗୁଁ ଦୀର୍ଘ ଦେଢ଼ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଗତ ଚାରି ମାସତଳୁ ନବମ ଏବଂ ଦଶମ ଏବଂ ଏକ ମାସ ତଳୁ ଅଷ୍ଟମ ଶ୍ରେଣୀ ଖୋଲି ଶିକ୍ଷାଦାନ କାର୍ଯ୍ୟ ଚାଲୁ ରହିଛି । ଦୀର୍ଘ ଦେଢ଼ବର୍ଷରୁ ଅଧିକ ଦିନଧରି ଘରେ ବସି ରହିଥିବା ଏହି ପିଲାମାନେ ପ୍ରବଳ ଉତ୍ସାହର ସହିତ ଆଜି ବିଦ୍ୟାଳୟ ଆସିଥିଲେ । ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଏହି କ୍ଲାସର ପିଲାମାନଙ୍କ ପାଠ ପଢ଼ା କାର୍ଯ୍ୟ ଚାଲିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ…
Read Moreଏସ.ଇ.ଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ମହାସଂଘର ଗଣଧାରଣା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଏସ.ଇ.ଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ପମ୍ପ ଚାଳକ ସଙ୍ଘର ମୁଖ୍ୟ ଦାବି ହେଲା- ୧- ଏସ.ଇ.ଏମ ଉଛେଦ କରି ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ, ୨- ସମାନ କାମକୁ ସମାନ ଦରମା ଦିଆଯାଉ, ୩- ଗ୍ରାମପଞ୍ଚାୟତକୁ ଦରମା ବନ୍ଦ କରାଯାଇ ଆମକୁ ଡିପାଟମେଣ୍ଟ ଜରିଆରେ ଦରମା ଦିଆଯାଉ, ୪- ୫ବର୍ଷର ବୟସ କୋହଳ କରାଯାଉ, ୫- ୧୦ବର୍ଷର ଏରିୟର କରି ଦିଆଯାଉ, ୬- କାର୍ଯ୍ୟ କରୁଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ୨୦ଲକ୍ଷ ଟଙ୍କା କ୍ଷତି ପୁରଣ ଦିଆଯାଉ, ୭- ଉକ୍ତ ପରିବାରରୁ ସେହି ସଂସ୍ଥାରେ ଜଣଙ୍କୁ ନିଯୁକ୍ତି କରାଯାଉ । ସୂଚନାନୁସାରେ ଗତ ୨୫.୦୯.୨୦୨୧ ରିଖ…
Read Moreଜିଲ୍ଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘର ସାଧାରଣ ବୈଠକ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘର ସଭାପତି ପ୍ରକାଶ କୁମାର ଦାଶଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ନୟାଗଡ଼ ବ୍ଳକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଧାରଣ ସଂପାଦକ ତୁଷାରକାନ୍ତ ରାଉତ, ରାଜ୍ୟ ସଂଘର ଛଅ ଦଫା ଦାବି ସମ୍ବନ୍ଧରେ ଆଲୋଚନା କରିଥିଲେ । ରାଜ୍ୟ ସରକାର ଯଦି ଏହି ଦାବୀଗୁଡିକ ପୂରଣ କରିବା ଦିଗରେ ଟାଳଟୁଳ ନିତି ଅବଲମ୍ବନ କରନ୍ତି, ତେବେ ରାଜ୍ୟ ସଂଘ ନିଷ୍ପତ୍ତି ଅନୁସାରେ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲେ । ୫୧ ଜଣ ପିଇଓଙ୍କର ଏମଏସିପି ଇତି ମଧ୍ୟରେ ମଞ୍ଜୁର ହୋଇଥିବା ଜିଲ୍ଲା ପ୍ରଶାସନଙ୍କୁ ସଙ୍ଘ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ରାଜ୍ୟ ସଂଘ ଉପସଭାପତି ଗଗନ ବିହାରି ମିଶ୍ର ଜିଲ୍ଲା ସଂଘ ଓ ରାଜ୍ୟ ସଂଘ ମଧ୍ୟରେ…
Read Moreଭୟରେ ଗାଁ ଲୋକ ଛୁଇଁଲେନି ଶବ, ଅନନ୍ୟା ଫାଉଣ୍ଡେସନ ସଦସ୍ୟ କଲେ ଶବଦାହ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ନୋତ୍ତର ପଞ୍ଚାୟତ ଅନ୍ତର୍ଗତ ନୋତ୍ତର ଗ୍ରାମର ବକ୍ସି ନାୟକ (୭୭) ନାମକ ଜନୈକ ବ୍ୟକ୍ତି ଗତ କିଛି ଦିନ ହେବ ମାଛିଆ ପାତକ ସହ ଅନ୍ୟ କେତେକ ରୋଗରେ ପୀଡ଼ିତ ଥିଲେ। କିନ୍ତୁ ଶୁକ୍ରବାର ରାତିରେ ଦେହତ୍ୟାଗ କରିଥିବା ବେଳେ ବକ୍ସି ନାୟକଙ୍କ ପୁଅ ଓ ନାତି ଶବଦାହ ପାଇଁ ପଡୋଶୀ ଓ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ରୋଗ ବ୍ୟାପି ଯିବା ଭୟରେ ଗ୍ରାମର କୌଣସି ବ୍ୟକ୍ତି ଶବଦାହରେ ସାମିଲ ହୋଇ ନଥିଲେ। ସୂଚନାନୁସାରେ, ନୋତ୍ତର ଗ୍ରାମର ବିଭିନ୍ନ ଦେବାଳୟ ପୂଜା କରୁଥିବା ପାଖ ଗମ୍ଭାରୀଡ଼ିହି ଗ୍ରାମର ଜଣେ ବ୍ରାହ୍ମଣ କିଛି ଦିନ ଆଗରୁ ଗ୍ରାମବାସୀଙ୍କୁ କହିଥିଲେ କି ଯେ, ବକ୍ସି ନାୟକ ଯେଉଁ ବ୍ୟାଧିରେ ପୀଡ଼ିତ ତାଙ୍କୁ ଯଦି କେହି ଛୁଇଁବ କିମ୍ବା ଶବଦାହ କରିବ ତେବେ ସେହି…
Read Moreନୟାଗଡ଼ ଜିଲ୍ଲାରେ ନଭେମ୍ବର ୧୫ରୁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସମସ୍ତ ସବ-ସେଣ୍ଟର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଚଳିତ ମାସ ୧୫ ତାରିଖରୁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଅନୁଷ୍ଠିତ ହେବ । ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ବିଭିନ୍ନ ପ୍ରକାର ଟୀକା ଦିଆଯିବ । ମହାମାରୀ କୋଭିଡ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ନିମନ୍ତେ ନିୟମିତ ଟୀକାଦାନକୁ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ଶିଶୁ ଟୀକାକରଣରୁ ବଞ୍ଚିତ ହେବେନାହିଁ । ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଥିବା ଶିଶୁଙ୍କ ପରିବାରକୁ ଏ ସମ୍ପର୍କରେ ସଚେତନ କରାଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ମାଇକରେ ପ୍ରଚାର, ପୋଷ୍ଟର, ଲିଫଲେଟ…
Read Moreଓଡ଼ଗାଁରେ କଂଗ୍ରେସର ୬ ଘଣ୍ଟିଆ ଧର୍ମଘଟ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଶିକ୍ଷୟିତ୍ରୀ ମମିତା ମେହେର ହତ୍ଯା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ଓଡ଼ଗାଁ ବ୍ଳକ ଛକ ନିକଟସ୍ଥ ଗାନ୍ଧୀ ପ୍ରତିମୂର୍ତ୍ତି ଆଗରେ ବ୍ଳକ କଂଗ୍ରେସ ୬ଘଣ୍ଟିଆ ଧାରଣା ଦେଇଥିଲେ। ମମିତା ମେହେର ହତ୍ଯା ଘଟଣା ଦିନକୁ ଦିନ ତୀବ୍ରତର ହେବା ସହ ଏହାକୁ କେନ୍ଦ୍ର କରି ଉଭୟ ବିଜେପି, କଂଗ୍ରେସ ଆନ୍ଦୋଳନ କରିଆସୁଥିବା ବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ ଏହା ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହରତାଳ ହୋଇପାରିବ କିନ୍ତୁ ବଜାର ବନ୍ଦ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଆଜି ଶାନ୍ତିପୂର୍ଣ୍ଣ ଭାବେ ଓଡ଼ଗାଁ ଠାରେ କଂଗ୍ରେସ ତରଫରୁ ୬ ଘଣ୍ଟିଆ ଧାରଣା ଦିଆଯାଇଥିଲା। ଏହି ଧାରଣାରେ…
Read Moreନନ୍ଦିଘୋର ଠାରେ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ଜବହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ନନ୍ଦିଘୋର ଠାରେ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଓ ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କିଶୋର ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ସମ୍ମାନିତ ଅତିଥି ନନ୍ଦିଘୋର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ୱେତାଲିନା ମିଶ୍ର, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗ୍ୟଲତା ଦାଶ ଯୋଗଦେଇଥିଲେ। ମଣ୍ଡଳ ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳନା କରାଯାଇଛି। ପ୍ରବନ୍ଧ ପ୍ରତିଯୋଗିତାରେ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ଦଶମ ଶ୍ରେଣୀ, ଆନନ୍ଦ ସାହୁ ବାଳିକା ଉଚ୍ଚ ବିଦ୍ୟାଳୟ କୁରାଳ, ତର୍କରେ ଆକାଂକ୍ଷା ସ୍ୱାଇଁ, ନବମ ଜନଶକ୍ତି ବିଦ୍ୟାନିକେତନ ଦେଓଗାଁ ଭାଲିଆଡିହି, ଚିତ୍ରାଙ୍କନରେ ଶାଶ୍ୱତ କୁମାର ବିଶୋଇ, ନବମଶ୍ରେଣୀ…
Read More