ଏସ.ଇ.ଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ମହାସଂଘର ଗଣଧାରଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଏସ.ଇ.ଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ପମ୍ପ ଚାଳକ ସଙ୍ଘର ମୁଖ୍ୟ ଦାବି ହେଲା- ୧- ଏସ.ଇ.ଏମ ଉଛେଦ କରି ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ, ୨- ସମାନ କାମକୁ ସମାନ ଦରମା ଦିଆଯାଉ, ୩- ଗ୍ରାମପଞ୍ଚାୟତକୁ ଦରମା ବନ୍ଦ କରାଯାଇ ଆମକୁ ଡିପାଟମେଣ୍ଟ ଜରିଆରେ ଦରମା ଦିଆଯାଉ, ୪- ୫ବର୍ଷର ବୟସ କୋହଳ କରାଯାଉ, ୫- ୧୦ବର୍ଷର ଏରିୟର କରି ଦିଆଯାଉ, ୬- କାର୍ଯ୍ୟ କରୁଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ୨୦ଲକ୍ଷ ଟଙ୍କା କ୍ଷତି ପୁରଣ ଦିଆଯାଉ, ୭- ଉକ୍ତ ପରିବାରରୁ ସେହି ସଂସ୍ଥାରେ ଜଣଙ୍କୁ ନିଯୁକ୍ତି କରାଯାଉ ।

ସୂଚନାନୁସାରେ ଗତ ୨୫.୦୯.୨୦୨୧ ରିଖ ଠାରୁ ଭୁବନେଶ୍ୱର ଲୋଏର ପିଏମଜି ଛକ ଠାରେ ରାଜ୍ୟ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଗତ ୨୯.୧୦.୨୦୨୧ ଠାରୁ ସେମାନେ କାର୍ଯ୍ୟରେ ଯୋଗ ଦେଇ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଛନ୍ତି । କୌଣସି ସ୍ଥାୟୀ ପ୍ରତିଶୃତି ନମିଳିବାରୁ ସେମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣାରେ ବସିଛନ୍ତି । ନୟାଗଡ଼ ଜିଲ୍ଲା ସଂଘ ସଭାପତି ବିଶ୍ୱନାଥ ମଣ୍ଡଳ ଓ ସମ୍ପାଦକ ଶଙ୍କର ବେହେରା ଏହାର ନେତୃତ୍ୱ ନେଇଛନ୍ତି ।

Related posts