ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ଜବହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ନନ୍ଦିଘୋର ଠାରେ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଓ ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କିଶୋର ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ସମ୍ମାନିତ ଅତିଥି ନନ୍ଦିଘୋର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ୱେତାଲିନା ମିଶ୍ର, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗ୍ୟଲତା ଦାଶ ଯୋଗଦେଇଥିଲେ। ମଣ୍ଡଳ ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳନା କରାଯାଇଛି।

ପ୍ରବନ୍ଧ ପ୍ରତିଯୋଗିତାରେ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ଦଶମ ଶ୍ରେଣୀ, ଆନନ୍ଦ ସାହୁ ବାଳିକା ଉଚ୍ଚ ବିଦ୍ୟାଳୟ କୁରାଳ, ତର୍କରେ ଆକାଂକ୍ଷା ସ୍ୱାଇଁ, ନବମ ଜନଶକ୍ତି ବିଦ୍ୟାନିକେତନ ଦେଓଗାଁ ଭାଲିଆଡିହି, ଚିତ୍ରାଙ୍କନରେ ଶାଶ୍ୱତ କୁମାର ବିଶୋଇ, ନବମଶ୍ରେଣୀ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଓଡ଼ଗାଁ, ଏକକ ସଙ୍ଗୀତରେ ଝୁମୁରୀ ସେଠି, ଦଶମ ଶ୍ରେଣୀ, ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଓଡଗାଁ ଏବଂ ଦଳଗତ ନୃତ୍ୟରେ ଭୀମସେନ କୃଷି ବିଦ୍ୟାପୀଠ, ବାଉଁଶଗାଡିଆ ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ୧୪/୧୧/୨୦୨୧ରିଖରେ ଜିଲ୍ଲା ସ୍ତରରେ ହେବାକୁ ଥିବା ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମକୁ ଯିବାପାଇଁ ମନୋନୀତ ହୋଇଛନ୍ତି। ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ଗାଇଡ଼୍ ଟିଚର, ସଂଘର କର୍ମକର୍ତ୍ତା ଏବଂ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟର ସମସ୍ତ ସହଯୋଗୀ ମାନଙ୍କ ଭୂମିକାକୁ ପ୍ରଶଂସା କରାଯାଇଥିଲା। ପଞ୍ଚାନନ ପଣ୍ଡା, ରଞ୍ଜନ କୁମାର ଦାଶ, ଭାବଗ୍ରାହୀ ମହାପାତ୍ର, ଶୁଭେନ୍ଦୁ ଷଡ଼ଙ୍ଗୀ ମଞ୍ଚପରିଚାଳନା କରିଥିବା ବେଳେ ମୋହନ ସାହୁ, ପ୍ରଦ୍ୟୁମ୍ନ ସାହୁ, ଶ୍ରୀଧର ପରିଡ଼ା, ସସ୍ମିତା ସାହୁ, ଚିତ୍ତରଞ୍ଜନ ମିଶ୍ର, ଗୋଦାବରୀ ବସନ୍ତିଆ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

