ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଶିକ୍ଷୟିତ୍ରୀ ମମିତା ମେହେର ହତ୍ଯା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ଓଡ଼ଗାଁ ବ୍ଳକ ଛକ ନିକଟସ୍ଥ ଗାନ୍ଧୀ ପ୍ରତିମୂର୍ତ୍ତି ଆଗରେ ବ୍ଳକ କଂଗ୍ରେସ ୬ଘଣ୍ଟିଆ ଧାରଣା ଦେଇଥିଲେ। ମମିତା ମେହେର ହତ୍ଯା ଘଟଣା ଦିନକୁ ଦିନ ତୀବ୍ରତର ହେବା ସହ ଏହାକୁ କେନ୍ଦ୍ର କରି ଉଭୟ ବିଜେପି, କଂଗ୍ରେସ ଆନ୍ଦୋଳନ କରିଆସୁଥିବା ବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ ଏହା ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହରତାଳ ହୋଇପାରିବ କିନ୍ତୁ ବଜାର ବନ୍ଦ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଆଜି ଶାନ୍ତିପୂର୍ଣ୍ଣ ଭାବେ ଓଡ଼ଗାଁ ଠାରେ କଂଗ୍ରେସ ତରଫରୁ ୬ ଘଣ୍ଟିଆ ଧାରଣା ଦିଆଯାଇଥିଲା। ଏହି ଧାରଣାରେ ଉପସ୍ଥିତ ଥିବା ବରିଷ୍ଠ କଂଗ୍ରେସ ନେତା ମାନେ ସ୍ଳୋଗାନ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ନହେବା ଯାଏ ଓ ମମିତା ମେହେରକୁ ନ୍ୟାୟ ନଦେବା ଯାଏ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଥିଲେ। ଓଡ଼ଗାଁ ଠାରେ ଆୟୋଜିତ ଏ କଂଗ୍ରେସ ହରତାଳରେ ନୟାଗଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ସାହୁ, ବ୍ଳକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଏନଏସି ସଭାପତି ଜଗନ୍ନାଥ ନାୟକ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବସନ୍ତ କରଙ୍କ ସହିତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ପ୍ରତାପ ପ୍ରହରାଜ, ଯୋଗିନାଥ ଗୌଡ, ବାଇନାଥ ପ୍ରଧାନ, ଆର୍ତ୍ତ ନାୟକ, ନିରଞ୍ଜନ ରାଉତ, ବିଭୂତି ରାଉତ ପ୍ରମୁଖ କଂଗ୍ରେସ ନେତା ଉପସ୍ଥିତ ଥିଲେ।
ଓଡ଼ଗାଁରେ କଂଗ୍ରେସର ୬ ଘଣ୍ଟିଆ ଧର୍ମଘଟ
