ନୟାଗଡ଼ ଟାଉନ ପୋଲିସ ଦ୍ୱାରା ଗଞ୍ଜେଇ ଚୋରା ଚାଲାଣକାରୀ ଦୁଇ ବିହାରୀ ଯୁବକ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ୨ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ୧୦କେଜି ୩୦୦ଗ୍ରାମ ଗଞ୍ଜେଇ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବିହାର ଔରଙ୍ଗାବାଦ ଆମ୍ବା ଥାନା ଅଞ୍ଚଳର ବିଷ୍ଣୁ ଚୌହାନ ଏବଂ ମଦନପୁର ଥାନା ଅଞ୍ଚଳର ରାହୁଲ କୁମାର । ଉଭୟ ଅଭିଯୁକ୍ତ ଦଶପଲ୍ଲା ପଟୁ ଏକ କଳା ପଲସର ବାଇକରେ ଗଞ୍ଜେଇ ଧରି ଆସୁଥୁବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଟାଉନଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର। ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏସଆଇ ପ୍ରୀତି ପ୍ରକାଶ ମହାନ୍ତି ଏବଂ ତାଙ୍କ ଟିମ୍ ନୟାଗଡ଼ ନୂଆବସ ଷ୍ଟାଣ୍ଡଠାରେ ଜଗି ରହିଥିଲେ । ଉଭୟ ପୁଲିସ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କଠାରୁ ୧୦ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ବାଇକକୁ ମଧ୍ୟ ଜବତ କରାଯାଇଛି ।…

Read More

ବିଦ୍ୟାଳୟରେ ଅନୁଷ୍ଠିତ ହେଲା କୁଷ୍ଠରୋଗ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ କୁଷ୍ଠରୋଗ ନିରାକରଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l କୁଷ୍ଠରୋଗ ଉପରେ ଏକ ବିସ୍ତୃତ ଆଲୋଚନଚକ୍ର ଯଥା କୁଷ୍ଠରୋଗର ଲକ୍ଷଣ, କୁଷ୍ଠରୋଗୀ ପ୍ରତି ଆଚାର ବ୍ୟବହାର, ଘୃଣାଭାବର ଊର୍ଦ୍ଧ୍ୱରେ ରହି ତାଙ୍କ ପ୍ରତି ସାମାଜିକ ଦାୟିତ୍ଵ ନିର୍ବାହନ ଓ ସରକାରୀ ଡlକ୍ତରଖlନାରେ ମିଳୁଥିବା ସରକାରୀ ଔଷଧ ସେବନ କରିବା ଦ୍ୱାରା ରୋଗର ନିରାକରଣ ମିଳିଥାଏ ବୋଲି କାର୍ଯକ୍ରମର ମୁଖ୍ୟ ସୂଚନା ଦେଇଥିଲେ l ଯଦି ପ୍ରାରମ୍ଭିକ ସଚେତନତା ଅବଲମ୍ବନ କରାଯାଏ ତେବେ ରୋଗୀ ନିଜକୁ ଭିନ୍ନ ମନେ ନକରି ଶୀଘ୍ର ସୁସ୍ଥ ହେବାର ସୌଭାଗ୍ୟପ୍ରାପ୍ତ ହୋଇଥାଏ l ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସ୍ବାସ୍ଥ୍ୟବିଭାଗ କୁଷ୍ଠରୋଗ ନିରାକରଣ ବିଭାଗର ଡାକ୍ତର ଦେବଦୁର୍ଲ୍ଲଭ ନାୟକ ଯୋଗଦେଇ ଛାତ୍ରଛାତ୍ରୀ ତଥା…

Read More

ଶକ୍ତିଶାଳୀ ହେଉଛି ନୟାଗଡ଼ ବିଜେଡି

ନୟାଗଡ଼,(ନୟାଗଡ଼ ଦର୍ପଣ): ପାଖେଇ ଆସୁଛି ଲୋକସଭା ଓ ବିଧାନସଭା ନିର୍ବାଚନ । ଶକ୍ତିଶାଳୀ ହେବାରେ ଲାଗିଛି ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିରୋଧୀ ଦଳର ବହୁ କର୍ମୀ ମାନେ ବିଜେଡି ଦଳରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିରୋଧୀ ଦଳର କର୍ମୀ ମାନେ ବିଜେଡିରେ ସାମିଲ ହେଉଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହେଉଛନ୍ତି ଜନତା । ଯେଉଁଥି ପାଇଁ ବିଜେଡି ଗଡ଼ ହେବାକୁ ଯାଉଛି । ଆଜି ନୟାଗଡ଼ ବିଜୁ ଜନତା କାର୍ଯ୍ୟାଳୟରେ ଲେଖନପୁର, ପିଆସାଳିଆ, ମଜୁରିଆପଲ୍ଲୀ, ଅସୁରଢିପା ଓ ଯଦୁପୁର ଗ୍ରାମର ୫୦ ରୁ ଉର୍ଦ୍ଧ୍ୱ ପରିବାର ବିଜେଡିରେ…

Read More

ନାଗରିକ ମଞ୍ଚର ଦାବି ପରେ ବଦଳିଲା ସ୍କୁଲ ସମୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ସମୟ ପରିବର୍ତ୍ତନ ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଆଜି ପୂର୍ବାହ୍ନରେ ଦାବି କରାଯାଇଥିଲା। ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ସାହୁ ଏବଂ ଉପଦେଷ୍ଟା ପ୍ରଶାନ୍ତ କୁମାର ଦାସ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଭେଟି ତୁରନ୍ତ ବିଦ୍ୟାଳୟ ସମୟ ପରିବର୍ତ୍ତନ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ବର୍ତ୍ତମାନ ନୟାଗଡ଼ ଜିଲ୍ଲାରେ ଦିନର ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଦିନ ସାଢ଼େ ୧୧ଟା ବେଳେ ବିଦ୍ୟାଳୟ ଛୁଟି ହେଉଥିବାରୁ ପ୍ରବଳ ଖରାରେ ପିଲାମାନେ ଘରକୁ ଫେରୁଛନ୍ତି। ଫଳରେ ଅଂଶୁଘାତ ତଥା ଡିହାଇଡ୍ରେସନ ସମସ୍ୟାରେ ଅଧିକାଂଶ ପିଲା ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଚିଠି ନଂ…

Read More

ସରକାରୀ ଏ.ଏନ୍.ଏମ୍ ବିଦ୍ୟାଳୟ, ଦଶପଲ୍ଲାରେ ଆଇନ ସଚେତନତା କାର୍ଯକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମୋଦନ କ୍ରମେ ଦଶପଲ୍ଲା ସ୍ଥିତ ସରକାରୀ ଏ.ଏନ୍.ଏମ୍ ବିଦ୍ୟାଳୟରେ, ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଟିତ ହୋଇଅଛି । ଜିଲ୍ଲା, ସହସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ. ସୁବାସ ଚନ୍ଦ୍ର ନାୟକ, ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ ପୋକ୍ସ ନିୟମ, କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ସୁରକ୍ଷା, ପାରିବାରିକ ସହନ୍ତି ଏବଂ ଜୀବନର ବାସ୍ତବତା ଦର୍ଶାଇ ଥିଲେ । ଛାତ୍ରୀମାନେ ସଚିବଙ୍କୁ ପଚାରି ନିଜ ନିଜର ସନ୍ଦେହ ଦୂର କରିଥିଲେ । ଅନୁଷ୍ଠାନର ସମସ୍ତ ଛାତ୍ରୀ ଏବଂ କର୍ମଚାରୀ ଉପସ୍ଥିତ ରହି ସଚେତନତାର…

Read More

ଶାନ୍ତିଲତା ବାରିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ସ୍ଵନାମଧନ୍ୟା କଣ୍ଠଶିଳ୍ପୀ ତଥା ଭଜନ ସାମ୍ରାଜ୍ଞି ସ୍ବର୍ଗତ ଶାନ୍ତିଲତା ବାରିକଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ମହର୍ଷି ବିଦ୍ୟାମନ୍ଦିର ସମ୍ମୁଖ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଲୋକପ୍ରିୟ ଭଜନ ଗାୟିକା ଶାନ୍ତିଲତା ବାରିକ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଥିଲେ। ଭାବପୂର୍ଣ୍ଣ କଣ୍ଠରେ ତାଙ୍କ ଜଗନ୍ନାଥ ଭଜନ ପାଇଁ ଓଡିଶାର ଘରେ ଘରେ ସେ ସୁପରିଚିତ ଥିଲେ। ତାଙ୍କ ଭଜନ ଥିଲା ଭକ୍ତି ଓ ସମର୍ପଣର ସଂଗୀତମୟ ନିବେଦନ। ତାଙ୍କ ସ୍ୱର ପରିବେଶକୁ ଭକ୍ତିମୟ କରିବା ସହ ଶ୍ରୋତାଙ୍କ ହୃଦୟରେ ଭାବାବେଗ ସୃଷ୍ଟି କରି ପାରୁଥିଲା। ତାଙ୍କର ବିୟୋଗ ଓଡ଼ିଶାର ସାଂସ୍କୃତିକ…

Read More

ବଂଶୀଧର ଡିଗ୍ରୀ ମହାବିଦ୍ୟାଳୟରେ +୩ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ବଂଶୀଧର ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷର କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ମହାବିଦ୍ୟାଳୟର ଅଧକ୍ଷ ହରପ୍ରସାଦ ରଣସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟାପିକା ରୀନାବାଳା ସାହୁ ଅଧ୍ୟପାକ ସୁରେଶ କୁମାର ମାଣ୍ଡୋଇ, ଦିବାକର ରାଉତ, ଚିତ ରଞ୍ଜନ ରାଉତ, ଅରୁଣ କୁମାର ସାହୁ, ଭଗବାନ ଦାସଙ୍କ ସମେତ ସୂର୍ଯ୍ୟନାରାୟଣ ପ୍ରଧାନ ଓ ସମସ୍ତ କର୍ମଚାରୀମାନେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଉକ୍ତ ସଭାରେ ତୃତୀୟ ବର୍ଷର ଛାତ୍ର ପ୍ରଶାନ୍ତ କୁମାର ସାହୁ ସଭାର ସଂଯୋଜନା କରିଥିବା ବେଳେ ସୋନାଲିଲତା ମୁଦୁଲି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ରୀନାବାଳା ସାହୁ ଅଧ୍ୟାପକ ସୁରେଶ ମାଣ୍ଡୋଇ, ଦିବାକର ରାଉତ, ଚିତରଞ୍ଜନ ରାଉତ, ଅରୁଣ କୁମାର ସାହୁ…

Read More

ସ୍ଵେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ୮୯ତମ ଉତ୍କଳ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ସୋହମ ସ୍ଵେଚ୍ଛାସେବୀ ସଙ୍ଗଠନ ତରଫରୁ ତାରିଣୀ ନଗର ସ୍ଥିତ କାର୍ଯ୍ୟାଳୟ ଠାରେ ୮୯ତମ ଉତ୍କଳ ଦିବସ ସଙ୍ଗଠନର ଉପସଭାପତି ତଥା ପରିବେଶବିତ ଅନାଦି ଚରଣ ମହାନ୍ତିଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ସାହିତ୍ୟିକ, ଆଇନଜୀବୀ ତଥା ସାମ୍ବାଦିକ ଚନ୍ଦ୍ରବିଜୟୀ ମିଶ୍ର ଯୋଗଦେଇ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡ଼ିଆ ମହାପୁରୁଷ ମାନଙ୍କ ଯୋଗଦାନ ଉପରେ ବିଶେଷ ଭାବେ ଆଲୋକପାତ କରିଥିଲେ । ପରିଶେଷରେ ସୋହମ ସଙ୍ଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବରିଷ୍ଠ ସଦସ୍ୟ ବିଦ୍ୟାଧର ଆଚାର୍ଯ୍ୟ, ଦର୍ଶନ ଅଧ୍ୟାପକ ବିଜୟାନନ୍ଦ ଶତପଥୀ, ସନ୍ତୋଷ ଶତପଥୀ, ଗତିକୃଷ୍ଣ ପ୍ରଧାନ, ଅନ୍ତର୍ଯ୍ୟାମୀ ନାୟକ, ରବୀନ୍ଦ୍ର ନାୟକ, ଚରଣ ଗୁରୁ, ବାପିନ ନାୟକ, ସାରସ୍ଵତ ବିଭୂପାଦ, ସୂର୍ଯ୍ୟକାନ୍ତ ରଥ…

Read More

ପ୍ରଭୁ ଶ୍ରୀ ନୀଳମାଧବଙ୍କ ମହାବାରୁଣୀ ସ୍ନାନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉଙ୍କ ମହାବାରୁଣୀ ସ୍ନାନ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୬ତାରିଖ ଦିନ ୧୨ଘଟିକା ସମୟରେ କଣ୍ଟିଲୋର ମହାନଦୀ ଘାଟରେ ପ୍ରଭୁ ଶ୍ରୀ ନୀଳମାଧବଙ୍କ ବାରୁଣୀ ସ୍ନାନ ଦେବ ନୀତି ଅନୁଷ୍ଠିତ ହେବ । ଏଥ‌ିରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଉକ୍ତ ସ୍ନାନଯାତ୍ରାରେ ଯୋଗ ଦେବେ। ସେଥି ନିମନ୍ତେ ଜିଲ୍ଲାପାଳ ଶ୍ରୀମତୀ ସିଂ ଜିଲ୍ଲାର ବିଭିନ୍ନ ଲାଇନ ବିଭାଗ ଯଥା-ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ନିମନ୍ତେ ଆରକ୍ଷୀ ବିଭାଗ, ନଦୀ ଗର୍ଭରେ ଭକ୍ତମାନଙ୍କ ସୁରକ୍ଷିତ ସ୍ନାନ ନିମନ୍ତେ ବ୍ୟାରିକେଡ୍ ନିର୍ମାଣ ପାଇଁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ନଦୀ ମଧ୍ୟକୁ ଭକ୍ତମାନଙ୍କ…

Read More

ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ୫ମ ବୃହତ ଆଂଚଳିକ ଦଳ: କଂଗ୍ରେସ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଡିସିସି ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମେଡ଼ିଆ ସେଲ ଅଧ୍ୟକ୍ଷ ଡ଼. ବିଶ୍ୱ ରଞ୍ଜନ ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବଦ୍ଧିତ କରି କହିଥିଲେ ଯେ ବିଜେଡି ବିଜେପି ଉଭୟେ ଜୋର ଜୁଲମ କରି ରାଜନୈତିକ ପାଣ୍ଠି ଆଦାୟ କରୁଥିବା ଏକ ହପ୍ତା ବସୁଲି ଦଳ । ଏଥିପାଇଁ ଇଡି, ସିବିଆଇ ଏବଂ ଆଇଟିକୁ ବିଭିନ୍ନ ଶିଳ୍ପପତି ଓ ବ୍ୟବସାୟୀମାନଙ୍କ ବିରୁଦ୍ଧରେ ବ୍ୟବହାର କରି ତାଙ୍କୁ ଭୟଭୀତ କରି ବିଜେପି ୬ ବର୍ଷ ଭିତରେ ୮ ହଜାର ୨୫୨ କୋଟି ଟଙ୍କା ରାଜନୈତିକ ପାଣ୍ଠି ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ବିଜୁ ଜନତା ଦଳ ଏକ ଆଂଚଳିକ ଦଳ ହୋଇ ମଧ୍ଯ…

Read More