ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ କୁଷ୍ଠରୋଗ ନିରାକରଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l କୁଷ୍ଠରୋଗ ଉପରେ ଏକ ବିସ୍ତୃତ ଆଲୋଚନଚକ୍ର ଯଥା କୁଷ୍ଠରୋଗର ଲକ୍ଷଣ, କୁଷ୍ଠରୋଗୀ ପ୍ରତି ଆଚାର ବ୍ୟବହାର, ଘୃଣାଭାବର ଊର୍ଦ୍ଧ୍ୱରେ ରହି ତାଙ୍କ ପ୍ରତି ସାମାଜିକ ଦାୟିତ୍ଵ ନିର୍ବାହନ ଓ ସରକାରୀ ଡlକ୍ତରଖlନାରେ ମିଳୁଥିବା ସରକାରୀ ଔଷଧ ସେବନ କରିବା ଦ୍ୱାରା ରୋଗର ନିରାକରଣ ମିଳିଥାଏ ବୋଲି କାର୍ଯକ୍ରମର ମୁଖ୍ୟ ସୂଚନା ଦେଇଥିଲେ l ଯଦି ପ୍ରାରମ୍ଭିକ ସଚେତନତା ଅବଲମ୍ବନ କରାଯାଏ ତେବେ ରୋଗୀ ନିଜକୁ ଭିନ୍ନ ମନେ ନକରି ଶୀଘ୍ର ସୁସ୍ଥ ହେବାର ସୌଭାଗ୍ୟପ୍ରାପ୍ତ ହୋଇଥାଏ l ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସ୍ବାସ୍ଥ୍ୟବିଭାଗ କୁଷ୍ଠରୋଗ ନିରାକରଣ ବିଭାଗର ଡାକ୍ତର ଦେବଦୁର୍ଲ୍ଲଭ ନାୟକ ଯୋଗଦେଇ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସଚେତନତା ବାର୍ତ୍ତା ପ୍ରେରଣ କରିବା ସହିତ ଜିଲ୍ଲା କୁଷ୍ଠରୋଗ ବିଭାଗର କର୍ମଚାରୀ ଦେବବ୍ରତ ମିଶ୍ର ଶିବିର ପରିଚାଳନାରେ ସହଯୋଗ କରିଥଲେ l ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚlଳନl କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରାଉତ କାର୍ଯକ୍ରମ ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥଲେ l
Related posts
-
ସହରରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ସାମ୍ବାଦିକଙ୍କ ଅସନ୍ତୋଷ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟାକୁ ନେଇ ଜିଲ୍ଲା ସାମ୍ବାଦିକମାନେ ଗଭୀର ଉଦବେଗ... -
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ
January 23, 2025 Jajati Comments Off on ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପାଳନ ହୋଇଯାଇଛି ନେତାଜୀ ସୁବାଷ ଚନ୍ଦ୍ର... -
ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ର ଦୁଇ ବରପୁତ୍ର ମହାନ ସଂଗ୍ରାମୀ, ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅଗ୍ରଦୂତ ବୀର ସୁରେନ୍ଦ୍ର ସାଏ...