ଶକ୍ତିଶାଳୀ ହେଉଛି ନୟାଗଡ଼ ବିଜେଡି

ନୟାଗଡ଼,(ନୟାଗଡ଼ ଦର୍ପଣ): ପାଖେଇ ଆସୁଛି ଲୋକସଭା ଓ ବିଧାନସଭା ନିର୍ବାଚନ । ଶକ୍ତିଶାଳୀ ହେବାରେ ଲାଗିଛି ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିରୋଧୀ ଦଳର ବହୁ କର୍ମୀ ମାନେ ବିଜେଡି ଦଳରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିରୋଧୀ ଦଳର କର୍ମୀ ମାନେ ବିଜେଡିରେ ସାମିଲ ହେଉଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହେଉଛନ୍ତି ଜନତା । ଯେଉଁଥି ପାଇଁ ବିଜେଡି ଗଡ଼ ହେବାକୁ ଯାଉଛି । ଆଜି ନୟାଗଡ଼ ବିଜୁ ଜନତା କାର୍ଯ୍ୟାଳୟରେ ଲେଖନପୁର, ପିଆସାଳିଆ, ମଜୁରିଆପଲ୍ଲୀ, ଅସୁରଢିପା ଓ ଯଦୁପୁର ଗ୍ରାମର ୫୦ ରୁ ଉର୍ଦ୍ଧ୍ୱ ପରିବାର ବିଜେଡିରେ ସାମିଲ ହୋଇଛନ୍ତି ।

ଆଜିର ଏହି ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ସମେତ ବିଜେଡି ନେତ୍ରୀ ଇରାନୀ ରାୟ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଆଶିଷ କୁମାର ଅଗ୍ରୱାଲ, ବରିଷ୍ଠ ବିଜେଡି ନେତା ପ୍ରଭାତ ଷଡ଼ଙ୍ଗୀ, ଶିବଶଙ୍କର ମହାନ୍ତି, ନୟାଗଡ଼ ପୌରାଞ୍ଚଳର ପୌର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା, ପୂର୍ବତନ କାଉନସିଲର ନେତ୍ରାନନ୍ଦ ସାହୁ, ବିନୋଦ ନାୟକ, ବିଜେଡି ଜିଲ୍ଲା ସମ୍ପାଦକ ଗଗନ ବିହାରୀ ମିଶ୍ର, ବିଜେଡି ଜିଲ୍ଲା ଉପସଭାପତି ପଦ୍ମ ଚରଣ ଉଦୟଭାନୁ, ଲକ୍ଷ୍ମୀପ୍ରସାଦ ସରପଞ୍ଚ ନିରଞ୍ଜନ ବିଧାର, ଅମୁଲ୍ୟ ସାହୁ, ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା ଓ ଛାତ୍ର ନେତା ଏସ.କେ.ଇବ୍ରାହିମ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଜୁ ଜନତା ଦଳରେ ସେମାନେ ବିଜୁ ଜନତା ଦଳକୁ ଅଧୀକ ମଜବୁତ କରିବେ ବୋଲି ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ନୟାଗଡ଼ ନିର୍ବାଚନ ମଣ୍ଡଳୀକୁ ଏକ ଗଡ଼ ଭାବେ ନିର୍ମାଣ କରିବା ପାଇଁ ପ୍ରକାଶ କରିଛନ୍ତି । ଏଥି ସହିତ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ପ୍ରକାଶ କରିଛନ୍ତି ।

Related posts