ନୟାଗଡ଼ ଟାଉନ ପୋଲିସ ଦ୍ୱାରା ଗଞ୍ଜେଇ ଚୋରା ଚାଲାଣକାରୀ ଦୁଇ ବିହାରୀ ଯୁବକ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ୨ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ୧୦କେଜି ୩୦୦ଗ୍ରାମ ଗଞ୍ଜେଇ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବିହାର ଔରଙ୍ଗାବାଦ ଆମ୍ବା ଥାନା ଅଞ୍ଚଳର ବିଷ୍ଣୁ ଚୌହାନ ଏବଂ ମଦନପୁର ଥାନା ଅଞ୍ଚଳର ରାହୁଲ କୁମାର । ଉଭୟ ଅଭିଯୁକ୍ତ ଦଶପଲ୍ଲା ପଟୁ ଏକ କଳା ପଲସର ବାଇକରେ ଗଞ୍ଜେଇ ଧରି ଆସୁଥୁବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଟାଉନଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର। ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏସଆଇ ପ୍ରୀତି ପ୍ରକାଶ ମହାନ୍ତି ଏବଂ ତାଙ୍କ ଟିମ୍ ନୟାଗଡ଼ ନୂଆବସ ଷ୍ଟାଣ୍ଡଠାରେ ଜଗି ରହିଥିଲେ । ଉଭୟ ପୁଲିସ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କଠାରୁ ୧୦ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ବାଇକକୁ ମଧ୍ୟ ଜବତ କରାଯାଇଛି । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Related posts