ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ଗତ ବୁଧବାର ଦିନ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଂଚାୟତ ର ତିଳାବାରୀ ଗ୍ରାମ ଓ ଡିହଗାଁ ପଂଚାୟତର ଡିଗିରି ଗ୍ରାମରେ ହୋଇଥିବା ଘରପୋଡିରେ କ୍ଷତିଗ୍ରସ୍ତ ହୋଇଥିବା ପାଞ୍ଚଟି ପରିବାରକୁ ସହାୟତା ଯୋଗାଇ ଦିଆଯାଇଛି। ସେମାନେ ହେଲେ ତିଳାବାରୀ ଗ୍ରାମର ପଞ୍ଚାନନ ବେହେରା, ବିଶି ବେହେରା, ବିଷ୍ଣୁ ବେହେରା, ନାରାୟଣ ବେହେରା ଓ ଡିହଗାଁ ହରିଜନ ସାହିର ପ୍ରଶାନ୍ତ ନାୟକ। ସେମାନଙ୍କୁ ପଲିଥିନ, ଲୁଗା, ଚାଉଳ, ଚୁଡା, ଚିନି, ଲୁଣ, ବିସ୍କୁଟ, ମିକ୍ସଚର, ଆଳୁ ଓ ପିଆଜ ଇତ୍ୟାଦି ପ୍ରଦାନ କରାଯାଇଥିଲା। ଉକ୍ତ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ଦଶପଲ୍ଲା ପଲ୍ଲୀ ବିକାଶର ଅଧ୍ୟକ୍ଷ ପ୍ରସନ୍ନ କୁମାର ପଣ୍ଡା ଓ ସମାଜସେବୀ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ଭାରତ ବିକାଶ ପରିଷଦ ନୟାଗଡ ଶାଖାର ଅନାଦି ଚରଣ ମହାନ୍ତି, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ ଙ୍କ ସହିତ ଦଶପଲ୍ଲା ଶାଖାର ସୁରେଶ ମିଶ୍ର, ଲିପିକା ନାୟକ ଓ ରାଜେନ୍ଦ୍ର ସାହୁ ସହଯୋଗ କରିଥିଲେ।

Related posts