ବଂଶୀଧର ଡିଗ୍ରୀ ମହାବିଦ୍ୟାଳୟରେ +୩ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ବଂଶୀଧର ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷର କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ସଭାରେ ମହାବିଦ୍ୟାଳୟର ଅଧକ୍ଷ ହରପ୍ରସାଦ ରଣସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟାପିକା ରୀନାବାଳା ସାହୁ ଅଧ୍ୟପାକ ସୁରେଶ କୁମାର ମାଣ୍ଡୋଇ, ଦିବାକର ରାଉତ, ଚିତ ରଞ୍ଜନ ରାଉତ, ଅରୁଣ କୁମାର ସାହୁ, ଭଗବାନ ଦାସଙ୍କ ସମେତ ସୂର୍ଯ୍ୟନାରାୟଣ ପ୍ରଧାନ ଓ ସମସ୍ତ କର୍ମଚାରୀମାନେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଉକ୍ତ ସଭାରେ ତୃତୀୟ ବର୍ଷର ଛାତ୍ର ପ୍ରଶାନ୍ତ କୁମାର ସାହୁ ସଭାର ସଂଯୋଜନା କରିଥିବା ବେଳେ ସୋନାଲିଲତା ମୁଦୁଲି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ରୀନାବାଳା ସାହୁ ଅଧ୍ୟାପକ ସୁରେଶ ମାଣ୍ଡୋଇ, ଦିବାକର ରାଉତ, ଚିତରଞ୍ଜନ ରାଉତ, ଅରୁଣ କୁମାର ସାହୁ ବିଦାୟ କାଳୀନ ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ତ୍ୟାଗ, ସେବା ଓ କର୍ତ୍ତଵ୍ୟ ପରାୟାଣ ତଥା ସୁନାଗରିକ ହେବା ପାଇଁ ଜାତିର ଓ ସମାଜର ଗୌରବ ରଖିବା ନିମନ୍ତେ ମତ ରଖିଥିଲେ ଏହି ସଭା ରେ ଶତାଧିକ ଛାତ୍ରଛାତ୍ରୀ ଏକ ନିଶା ମୁକ୍ତ ସମାଜ ଓ ନୂଆ ଓଡିଶା ଗଠନ କରିବା ନିମନ୍ତେ ଶପଥ ନେଇଥିଲେ। ଉକ୍ତ ସଭାରେ ଛାତ୍ର ରାହୁଲ, ମୋହିତ, ଶ୍ରୀକାନ୍ତ, ଶିମରେନ, ସମ୍ବିତ, ରୁଦ୍ର, ସୁଶା, ଜିତୁ, ଆକାଶ, ରାକେଶ, ଶିବ, ଅନନ୍ୟା, ସୋନାଲି, ଶୁଭଶ୍ରୀ, ସୋନାଲି, ବର୍ଷା, ତପସ୍ୱିନୀ ସଭାକୁ ସହଯୋଗ କରିଥିଲେ ଓ ବିଗତ ଦିନର ସ୍ମୃତିକୁ ସାଉଁଟି ଆଣିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ଗୀତରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମସ୍ତ ଅତିଥି ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରସାଦ ସେବନ କରିବାର ବ୍ୟବସ୍ଥା କରାଯାଇଥିଲା। ପରିଶେଷରେ ଛାତ୍ର ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।

Related posts