ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ସୋହମ ସ୍ଵେଚ୍ଛାସେବୀ ସଙ୍ଗଠନ ତରଫରୁ ତାରିଣୀ ନଗର ସ୍ଥିତ କାର୍ଯ୍ୟାଳୟ ଠାରେ ୮୯ତମ ଉତ୍କଳ ଦିବସ ସଙ୍ଗଠନର ଉପସଭାପତି ତଥା ପରିବେଶବିତ ଅନାଦି ଚରଣ ମହାନ୍ତିଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ସାହିତ୍ୟିକ, ଆଇନଜୀବୀ ତଥା ସାମ୍ବାଦିକ ଚନ୍ଦ୍ରବିଜୟୀ ମିଶ୍ର ଯୋଗଦେଇ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡ଼ିଆ ମହାପୁରୁଷ ମାନଙ୍କ ଯୋଗଦାନ ଉପରେ ବିଶେଷ ଭାବେ ଆଲୋକପାତ କରିଥିଲେ । ପରିଶେଷରେ ସୋହମ ସଙ୍ଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବରିଷ୍ଠ ସଦସ୍ୟ ବିଦ୍ୟାଧର ଆଚାର୍ଯ୍ୟ, ଦର୍ଶନ ଅଧ୍ୟାପକ ବିଜୟାନନ୍ଦ ଶତପଥୀ, ସନ୍ତୋଷ ଶତପଥୀ, ଗତିକୃଷ୍ଣ ପ୍ରଧାନ, ଅନ୍ତର୍ଯ୍ୟାମୀ ନାୟକ, ରବୀନ୍ଦ୍ର ନାୟକ, ଚରଣ ଗୁରୁ, ବାପିନ ନାୟକ, ସାରସ୍ଵତ ବିଭୂପାଦ, ସୂର୍ଯ୍ୟକାନ୍ତ ରଥ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
ସ୍ଵେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ୮୯ତମ ଉତ୍କଳ ଦିବସ ପାଳିତ
