ସରକାରୀ ଏ.ଏନ୍.ଏମ୍ ବିଦ୍ୟାଳୟ, ଦଶପଲ୍ଲାରେ ଆଇନ ସଚେତନତା କାର୍ଯକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମୋଦନ କ୍ରମେ ଦଶପଲ୍ଲା ସ୍ଥିତ ସରକାରୀ ଏ.ଏନ୍.ଏମ୍ ବିଦ୍ୟାଳୟରେ, ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଟିତ ହୋଇଅଛି । ଜିଲ୍ଲା, ସହସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ. ସୁବାସ ଚନ୍ଦ୍ର ନାୟକ, ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ ପୋକ୍ସ ନିୟମ, କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ସୁରକ୍ଷା, ପାରିବାରିକ ସହନ୍ତି ଏବଂ ଜୀବନର ବାସ୍ତବତା ଦର୍ଶାଇ ଥିଲେ । ଛାତ୍ରୀମାନେ ସଚିବଙ୍କୁ ପଚାରି ନିଜ ନିଜର ସନ୍ଦେହ ଦୂର କରିଥିଲେ । ଅନୁଷ୍ଠାନର ସମସ୍ତ ଛାତ୍ରୀ ଏବଂ କର୍ମଚାରୀ ଉପସ୍ଥିତ ରହି ସଚେତନତାର ଆବଶ୍ୟକତା ଉପଲବ୍ଧ କରିଥିଲେ । ଡ଼ଃ. ସୁବାସ ଚନ୍ଦ୍ର ନାୟକ, ସର୍ବନିମ୍ନ ଆଇନ୍ ଜ୍ଞାନ ଯୋଗୁଁ ଜୀବନ ସୁଗମ ହୋଇପାରିବ ବୋଲି ବର୍ଣ୍ଣନା କରିଥିଲେ । ପ୍ରାଧିକରଣ ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ ଭାରତୀୟ ଜାତୀୟତା, ସମ୍ବିଧାନର ବୈଶିଷ୍ଟ୍ୟ ଏବଂ ଉତ୍ତମ ସମାଜ ଗଠନ ଉପରେ ବକ୍ତବ୍ୟ ରଖିଥିଲେ । ପ୍ରଶିକ୍ଷିକା ଶ୍ରୀମତୀ ନିହାରିକା ବେହେରା ଏହିପରି ସଚେତନତା ଛାତ୍ରୀମାନଙ୍କୁ କର୍ମକ୍ଷେତ୍ର, ପରିବାର ଓ ସମାଜରେ ଜୀବନଯାପନ ସୁଗମ କରିବ ବୋଲି କହିଥିଲେ । ପ୍ରାଧିକରଣ କର୍ମଚାରୀ ଶ୍ରୀ ଗଦାଧର ବିଶ୍ଵାଳ, ଶ୍ରୀ ଦେବାଶିଷ ମିଶ୍ର ଏବଂ ଶ୍ରୀ ରାଜେଶ କୁମାର ବାରିକ କାର୍ଯକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ । ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ଛାୟା କୁମାରୀ ସାହୁ ଏହି ସଚେତନତାର ଉପାଦେୟତା କହିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts