ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ୫ମ ବୃହତ ଆଂଚଳିକ ଦଳ: କଂଗ୍ରେସ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଡିସିସି ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମେଡ଼ିଆ ସେଲ ଅଧ୍ୟକ୍ଷ ଡ଼. ବିଶ୍ୱ ରଞ୍ଜନ ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବଦ୍ଧିତ କରି କହିଥିଲେ ଯେ ବିଜେଡି ବିଜେପି ଉଭୟେ ଜୋର ଜୁଲମ କରି ରାଜନୈତିକ ପାଣ୍ଠି ଆଦାୟ କରୁଥିବା ଏକ ହପ୍ତା ବସୁଲି ଦଳ । ଏଥିପାଇଁ ଇଡି, ସିବିଆଇ ଏବଂ ଆଇଟିକୁ ବିଭିନ୍ନ ଶିଳ୍ପପତି ଓ ବ୍ୟବସାୟୀମାନଙ୍କ ବିରୁଦ୍ଧରେ ବ୍ୟବହାର କରି ତାଙ୍କୁ ଭୟଭୀତ କରି ବିଜେପି ୬ ବର୍ଷ ଭିତରେ ୮ ହଜାର ୨୫୨ କୋଟି ଟଙ୍କା ରାଜନୈତିକ ପାଣ୍ଠି ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ବିଜୁ ଜନତା ଦଳ ଏକ ଆଂଚଳିକ ଦଳ ହୋଇ ମଧ୍ଯ ଭାରତ ବର୍ଷର ରାଜନୈତି ଚାନ୍ଦା ପାଇଥିବା ୫ମ ବୃହତମ ଦଳ। ଏହି ଚାନ୍ଦା ୨୦୧୮ ଜୁଲାଇ ମାସରୁ ୨୦୨୪ ଫେବୃଆରୀ ମଧ୍ୟରେ ବିଜୁ ଜନତା ଦଳ ବିଭିନ୍ନ ଖଣି କମ୍ପାନୀ ଏବଂ ଷ୍ଟିଲ କମ୍ପାନୀ ମାନଙ୍କ ଠାରୁ ପାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀର ଏସଏଲ ମାଇନିଂ ୧୭୪.୫ କୋଟି, ଉତ୍କଳ ଆଲୁମିନା ଇଂଟରନ୍ୟାସନାଲ ଲିମିଟେଡ ୭୦ କୋଟି, ଗ୍ରାସିମ ଇଣ୍ଡ୍ରଷ୍ଟିଜ ୧୦ କୋଟି ମିଶାଇ ୨୫୪.୫ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ ୧୦୦ କୋଟି, ଜିନ୍ଦଲ ଷ୍ଟେନଲେସ ୩୦ କୋଟି, ରଶ୍ମି ସିମେଟ ୪୫ କୋଟି, ରଶ୍ମି ମେଟାଲିକ୍ସ ୨୭ କୋଟି, ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ ୧୮ କୋଟି, ରୁଙ୍ଗଟା ସନ୍ସ ୫୦ କୋଟି, ଏସ.ଏନ ମହାନ୍ତି ୪୫ କୋଟି, ବେଦାନ୍ତ ଲିମିଟେଡ ୪୦ କୋଟି, ପେଙ୍ଗୁଇନ ଟ୍ରେଡିଂ ଏଣ୍ଡ ଏଜେନ୍ସି ୩୦.୫ କୋଟି, ଶ୍ରୀ ଜଗନ୍ନାଥ ଏଣ୍ଡ ପାଓ୍ବାର ୧୪ କୋଟି ଟଙ୍କା ନିର୍ବାଚନୀ ଚାନ୍ଦା ବିଜେଡ଼ି ଦଳକୁ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଦେଇଛନ୍ତି । ଉଭୟ ବିଜେଡ଼ି ଓ ବିଜେପି ଏକ ଚାନ୍ଦା ଅସୁଲି ରାଜନୈତିକ ଦଳ । ବିଜେପି ଡର ଏବଂ ଧମକ ଦେଇ ରାଜନୈତିକ ଚାନ୍ଦା ଆଦାୟ କରୁଥିଲା ବେଳେ ଭାରତୀୟ ଜାତୀୟ କଂଗ୍ରେସର ବ୍ୟାଙ୍କ ଆକାଉଂଟକୁ ଇନକମ ଟ୍ୟାକ୍ସ ମାଧ୍ୟମରେ ବନ୍ଦ କରିଦେଉଛନ୍ତି । ନିର୍ବାଚନ ମାତ୍ର ଆଉ ଦୁଇମାସ ବି ନାହିଁ । ଭାରତବର୍ଷର ଗଣତନ୍ତ୍ର ବଂଟିନାହିଁ ବୋଲି ଧରିନେବାକୁ ହେବ । ବିଜେପିକୁ କଂଗ୍ରେସର ଏତେ ଭୟ କାହିଁକି ବୋଲି ସେ ପ୍ରଶ୍ନ କରୁଛନ୍ତି।

ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ ସାମ୍ବାଦିକ ମାନଙ୍କୁ ସମ୍ବୋଦ୍ଧିତ କରି କହିଲେ ଯେ ବିଜୁ ଜନତା ଦଳ କେବଳ ଖଣି ଓ ଷ୍ଟିଲ କମ୍ପାନୀ ମାନଙ୍କ ପାଖରୁ ଚାନ୍ଦା ଆଦାୟ କରି ନାହିଁ । ଏପରିକି କଲିକତାର ଦୁଇଟି ମଦ ବ୍ୟବସାୟୀ କରୁଥିବା କମ୍ପାନୀ ମାନଙ୍କ ପାଖରୁ ମଧ୍ଯ ନିର୍ବାଚନ ଆଦାୟ କରିଛନ୍ତି । ଲକ୍ଷ୍ମୀ ଇଣ୍ଡ୍ରଷ୍ଟିଆଲ ଲିମିଟେଡ ୧୦ କୋଟି, କାସେଲ ଲିକର ପ୍ରାଇଭେଟ ଲିମିଟେଡ ୫କୋଟି ବିଜୁ ଜନତା ଦଳକୁ ନିର୍ବାଚନୀ ବଣ୍ଡ ଆକାରରେ ଚାନ୍ଦା ଦେଇଛନ୍ତି । ଏହି ଦୁଇ କମ୍ପାନୀ ମଦ ବ୍ୟବସାୟରେ ଲିପ୍ତ । ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି କାହିଁକି ଏ ସବୁ ଖଣି କମ୍ପାନୀ ଏବଂ ଷ୍ଟିଲ କମ୍ପାନୀମାନେ ଶହ ଶହ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ଏହା ବଦଳରେ କଣ ଫାଇଦା ପାଇଛନ୍ତି ? ରାଜ୍ୟ ସରକାର ଏହି ସବୁ କମ୍ପାନୀମାନଙ୍କୁ ରାଜ୍ୟର କ’ଣ କ’ଣ ସମ୍ପତିକୁ ଟେକି ଦେଇଛନ୍ତି । ନିର୍ବାଚନ ଅବ୍ୟବହିତ ପୂର୍ବରୁ ରାଜ୍ୟ ର ପ୍ରମୁଖ ଗୋପାଳପୁର ବନ୍ଦର ପ୍ରଧାନମନ୍ତ୍ରୀ ଙ୍କ ବନ୍ଧୁ ଅଦାନୀ କୁ ବିକ୍ରି ପଛରେ କି ରହସ୍ୟ ଅଛି ତାହାର ସ୍ପଷ୍ଟିକରଣ ବିଜୁ ଜନତା ଦଳର ନେତୃବୃନ୍ଦ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖନ୍ତୁ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ପିସିସି ସାଧାରଣ ସମ୍ପାଦକ ହୁସେନ ଖାନ, ଜିଲ୍ଲା କଂଗ୍ରେସ ମେଡ଼ିଆ ସେଲ ଅଧ୍ୟକ୍ଷ ବୃନ୍ଦାବନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related posts