ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଚଳିତ ବର୍ଷ ୨୦୨୪-୨୫ ର ପ୍ରଥମ ଦିନ ଉତ୍ସବ ତଥା ଉତ୍କଳ ଦିବସ ମହାଆଡମ୍ବରରେ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀ ଭାସ୍କର ଚନ୍ଦ୍ର ସାହୁ ଏବଂ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶିଶୁ ମାନଙ୍କର ଏବଂ ବିଦ୍ୟାଳୟ ର ସର୍ବାଙ୍ଗୀନ ବିକାଶ ପାଇଁ ଯଜ୍ଞ ର ଆୟୋଜନ କରାଯାଇ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ପ୍ରମୋଦିନୀ ମିଶ୍ର ଗୁରୁମା ଉତ୍କଳ ଦିବସର ମହାନତା ଏବଂ ଓଡ଼ିଶା ଭୂମିର ଗଠନ ଏବଂ ଏ ନିମନ୍ତେ ବିଭିନ୍ନ ମହାପୁରୁଷ ଙ୍କ ଅବଦାନ ବିଷୟ ରେ ବିହଙ୍ଗାବଲୋକନ କରାଇଥିଲେ । ଏବଂ କୁନି ଶିଶୁ ଭଉଣୀ ଯେଶିକା ବିଶ୍ୱଋପା ଓ ବଂଶିକା ବିଶ୍ଵରୂପା ଉତ୍କଳ ଦିବସ ଉପଲକ୍ଷେ ବକ୍ତୃତା ପ୍ରଦାନ କରିଥିଲେ। ଉକ୍ତ ଉତ୍ସବ ରେ ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ସମସ୍ତ ପରିଚାଳନା ସମିତି ସଦସ୍ୟା ଏବଂ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥଲେ।

Related posts