ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବେତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ୧୯୩୬ ଅପ୍ରେଲ ୧ ତାରିଖରେ ଓଡ଼ିଶା ତଥା ଉତ୍କଳ ପ୍ରଦେଶ ଭାଷାଭିତ୍ତିରେ ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ପାଇବା ପରେ ପ୍ରତିବର୍ଷ ଓଡ଼ିଆମାନେ ଏହି ଦିନଟିକୁ ଉତ୍କଳ ଦିବସ ଭାବରେ ପାଳନ କରିଆସୁଛନ୍ତି। ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ସଭାପତିତ୍ବ ତଥା ବରିଷ୍ଠ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକଙ୍କ ସଂଯୋଜନାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍କଳ ପ୍ରଦେଶ ଉପରେ ଖୁବ୍ ସୁନ୍ଦର୍ ବକ୍ତବ୍ୟ ରଖିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ର, ନିଶାମଣି ମିଶ୍ର, ସବିତା ପଟ୍ଟନାୟକ ଓ ସହକାରୀ ଶିକ୍ଷୟିତ୍ରୀ ସୁଷମା ବିଶ୍ଵାଳ, କ୍ରୀଡ଼ା ଶିକ୍ଷୟତ୍ରୀ ସ୍ୱପ୍ନାରାଣୀ ନନ୍ଦ ପ୍ରମୁଖ ଉତ୍କଳ ପ୍ରଦେଶ ଗଠନରେ ଯୋଗଜନ୍ମା ମହାପୁରୁଷ ମାନଙ୍କ ଅବଦାନ ଉପରେ ଆଲୋକପାତ କରିଥଲେ। ଭବିଷ୍ୟତରେ ଭଲ ନାଗରିକ ହୋଇ ନିଜ ଜନ୍ମମାଟିର ନାମ ରଖିବା ସହିତ ରାଜ୍ୟ ଓ ଦେଶର ଗୌରବ ହେବା ପାଇଁ ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଥଲେ। ସଭା ଶେଷରେ କ୍ରୀଡ଼ା ଶିକ୍ଷୟିତ୍ରୀ ଖେଳକୁଦ ଓ କ୍ରୀଡ଼ାପ୍ରତିଯୋଗିତାରେ ସଭିଏଁ ଅଂଶଗ୍ରହଣ କରି ନିଜକୁ ସୁସ୍ଥ ସବଳ ରଖିବା ସହିତ ଆଗାମୀ ଦିନରେ ଜଣେ ଜଣେ ସଚିନ ତେନ୍ଦୁଲକର, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ବୈଶାଳୀ ନନ୍ଦ ଓ ପି.ଟି ଉଷା ହୋଇ ନିଜର ଖ୍ୟାତି ବଢ଼ାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts