ନୟାଗଡ଼ ବ୍ଲକ ବିଜେଡ଼ି ଉପ ସଭାପତି ହେଲେ ସରିଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ବ୍ଲକ ବିଜୁ ଜନତା ଦଳ ଉପସଭାପତି ଭାବେ ବିଶିଷ୍ଟ ସମାଜସେବୀ ବିଜୁ ଜନତାଦଳର ଛାମୁଆ କର୍ମୀ ତଥା ସଂଗଠକ ସରିଫ ଖାଁଙ୍କୁ ବିଜୁ ଜନତା ଦଳର ନୟାଗଡ଼ ବ୍ଲକ ଉପସଭାପତି ଭାବେ ନିଯୁକ୍ତି ମିଳିଛି। ଦିନକୁ ଦିନ ଶକ୍ତିଶାଳୀ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ। ଦଳକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦେଉଛନ୍ତି ପରାମର୍ଶ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ପଥକୁ ବିରୋଧୀ ବି ଆପଣାଇଲାଣି । ଅଧିକ ଦଳକୁ ସଂଗଠିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ନୟାଗଡ଼ ବ୍ଲକର ବିଜୁ ଜନତା ଦଳ ଉପ ସଭାପତି ଭାବେ ସିନ୍ଦୁରିଆ ଗ୍ରାମର ସରିଫ ଖାଁଙ୍କୁ ବିଜେଡିର ଉପ ସଭାପତି ଭାବେ ନିଯୁକ୍ତ କରାଯାଇଛି । ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ ପ୍ରସାଦ ସାହୁ ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୁଚନା ଦେଇଛନ୍ତି । ଏହାକୁ ନେଇ ସମଗ୍ର ସିନ୍ଦୁରିଆ ଗ୍ରାମ ପଞ୍ଚାୟତରେ ଉତ୍ସାହ ଦେଖିବାକୁ ମିଳିଛି।

Related posts