Blog

ନୟାଗଡ଼ ରାଜସୁନାଖଳା ଡି.ଆଇ.ଇ.ଟି.କୁ ଜାତୀୟ ପୁରସ୍କାର ପ୍ରଦାନ

ନୟାଗଡ଼,(୧୧/୦୮):- ରାଜସୁନାଖଳାଠାରେ ଅବସ୍ଥିତ ଡିଆଇଇଟି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଉଚ୍ଚଶିକ୍ଷା ବିଭାଗର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦ ଦ୍ୱାରା ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକାରିତା ଜାତୀୟ ସ୍ତରୀୟ ଗ୍ରୀନ ଚମ୍ପିୟନ ପୁରସ୍କାର ଗ୍ରହଣ କରିଛନ୍ତି । ସ୍ୱଚ୍ଛତା କାର୍ଯ୍ୟକାରିତା ଯୋଜନା ମଧ୍ୟରେ ସବୁଜ କ୍ୟାମ୍ପସ ଜଳ ପରିଚାଳନା ବର୍ଜ୍ୟବସ୍ତୁ ପରିଚାଳନା ଓ ଶକ୍ତି ସଂରକ୍ଷଣ ଆଦି କାର୍ଯ୍ୟ କରାଯାଇଥିଲା । ଏହି ଜାତୀୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ ଡଃ. ପୋମା ଟୁଡୁ ଯୋଗ ଦେଇ ଡି.ଆଇ.ଇ.ଟି ନୟାଗଡ଼ର ଅଧ୍ୟକ୍ଷା ଡଃ.ମଞ୍ଜୁବାଳା ସାହୁଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ମହୋଦୟ ଉକ୍ତ ଅନୁଷ୍ଠାନର ଅନ୍ୟନ୍ୟ କାର୍ଯ୍ୟକ୍ରମକୁ ଭୂଯସୀ ପ୍ରଶଂସା କରିଛନ୍ତି । ଅଧ୍ୟକ୍ଷା ଡଃ.ମଞ୍ଜୁବାଳା ସାହୁ ଓ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଡଃ.ସନ୍ତୋଷ କୁମାର…

Read More

ଚାନ୍ଦପୁର ପୁଲିସ ଦ୍ୱାରା ରାଇପଡ଼ା ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ

ରଣପୁର,(୧୧/୦୮):- ରଣପୁର ବ୍ଳକ ଚାନ୍ଦପୁର ଥାନା ପୁଲିସ ଗତ କାଲି ୧କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ରାଉତପଡ଼ା ଗ୍ରାମର ବୋଲି ଜଣାଯାଇଛି । ଅନ୍ୟ ଜଣଙ୍କ ପରିଚୟ ଗୋପନ ରଖାଯାଇଛି । ଛ’ମାସ ହେବ ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ ଉଭୟଙ୍କ ଉପରେ ନଜର ରଖିଥିଲେ । ଗତକାଲି ଗଞ୍ଜେଇ ଚାଲାଣ ନେଇ ସୂଚନା ପାଇବା ପରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏସଆଇ ଅଞ୍ଜଳୀ ସା ଏବଂ ଏଏସଆଇ ରମେଶ ବେହେରାଙ୍କ ସହିତ ଗୋଟିଏ ଟିମ୍ ଚଢ଼ାଉ କରିଥିଲା । ରାଇପଡ଼ା ନିକଟରୁ ଏକ ହୋଣ୍ଡାସିଟି କାରରୁ ୧କ୍ୱିଣ୍ଟାଲ ଗଞ୍ଜେଇ ଏବଂ ୯୫ହଜାର ଟଙ୍କା ଜବତ ହୋଇଥିବାବେଳେ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।…

Read More

ଓଡ଼ଗାଁ ଜାରିଙ୍ଗିରୁ ଜବରଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ

ଓଡ଼ଗାଁ,(୧୧/୦୮):- ଓଡ଼ଗାଁ ଏନ.ଏ.ସି ଅନ୍ତର୍ଗତ ଜାରିଙ୍ଗି ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏନ.ଏ.ସି କର୍ତ୍ତୃପକ୍ଷ। ଉଚ୍ଛେଦ ବେଳେ ବିଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା । ଓଡ଼ଗାଁ ଏନ.ଏ.ସି ଜାରିଙ୍ଗି ଅଞ୍ଚଳରେ ବହୁ ମାତ୍ରାରେ ଜବରଦଖଲ କରି ରହୁଥିବା ଲୋକଙ୍କୁ ଗତ ସାତ ଦିନ ପୂର୍ବରୁ ଏନ.ଏ.ସି କାର୍ୟ୍ୟାଳୟ ପକ୍ଷରୁ ୨୪ ଘଣ୍ଟିଆ ନୋଟିସ ମଧ୍ୟ ଜାରି ହୋଇଥିଲା । କିନ୍ତୁ ଜବରଦଖଲକାରୀ ଏହାକୁ ଶୁଣି ନଥିଲେ। ଏନ.ଏ.ସି କର୍ତ୍ତୃପକ୍ଷ ଏ ସମ୍ବନ୍ଧରେ ନୟାଗଡ଼ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ଦୃଷ୍ଟିଗୋଚରକୁ ଆଣିଥିଲେ । ଆଜି ଏନ.ଏ.ସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରିଙ୍ଗି ଅଞ୍ଚଳର ୮ଜଣ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଅଛି। ଏନ.ଏ.ସି କାର୍ୟ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ଏବଂ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକଙ୍କ ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ…

Read More

କୁଆଁରିଆରେ କର୍ମକର୍ତ୍ତା ସମ୍ମିଳନୀ

ନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ପାଇଁ ଭୋଟହାର ଦ୍ୱିଗୁଣିତ: ମନ୍ତ୍ରୀ ଦଶପଲ୍ଲା,(୧୧/୦୮):- ଦଶପଲ୍ଲା କୁଆଁରିଆ ଡ୍ୟାମ୍ ଠାରେ ଆଜି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା,ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା, ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ବ୍ଲକ୍ ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ, ମହିଳା ବିଜେଡି ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ, ଦଶପଲ୍ଲା ଏନ୍ଏସି ପୂର୍ବତନ ଅଧ୍ୟକ୍ଷା ବବିତା ସାହୁଙ୍କ ସମେତ ବହୁ ବରିଷ୍ଠ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ନିର୍ବାଚନ ମଣ୍ଡଳୀର ବହୁ ବିଜେଡି କର୍ମୀ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ…

Read More

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଦଶପଲ୍ଲାବାସୀ

ଦଶପଲ୍ଲା,(୧୦/୦୮):- ନୟାଗଡ ଜିଲ୍ଲାରେ ନିର୍ମାଣ ହେବ ୫ଟି ଇନଣ୍ଡୋର ଷ୍ଟାଡିୟମ। ରାଜ୍ୟ ସରକାର କ୍ରୀଡ଼ାର ଭିତ୍ତିଭୂମି ବିକାଶ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରି ରାଜ୍ୟ କ୍ୟାବିନେଟରେ ମୋଟ ୮୯ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଅନୁମତି ମିଳିଥିବା ବେଳେ ନୟାଗଡ଼ ଜିଲ୍ଲାରେ ଦଶପଲ୍ଲା, ରଣପୁର, ଖଣ୍ଡପଡ଼ା, ଓଡ଼ଗାଁ ସମେତ ନୟାଗଡ଼ ପୈାରାଞ୍ଚଳକୁ ମିଶାଇ ୫ଟି ଷ୍ଟାଡିୟମ ନିର୍ମାଣ ନିମନ୍ତେ ଅନୁମୋଦନ ମିଳିଛି । ଜିଲ୍ଲାରେ ପାଞ୍ଚଟି ଷ୍ଟାଡିୟମ ନିର୍ମାଣ କରାଯିବା ଘୋଷଣା ପରେ କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ ଉଦ୍ଦେଶ୍ୟରେ ଆଜି ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ସଂଯୁକ୍ତା ଦାସଗୁପ୍ତା, ଦିଲ୍ଲିପ ପଣ୍ଡା, ସଜ୍ଜନ କୁମାର ରାୟ, ବ୍ଲକ୍ ଚେୟାରମ୍ୟାନ୍ ସୁନନ୍ଦା ସାହୁ ତଥା ବହୁ କ୍ରୀଡାପ୍ରେମୀ ଏବଂ ଜନସାଧାରଣ ଏକ ଶୋଭାଯାତ୍ରାରେ ମହାବୀର…

Read More

ବୃକ୍ଷ ରୋପଣ ଏବଂ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରଣପୁର/ରାଜସୁନାଖଳା,(୧୦/୦୮):- ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ରାଜସୁନାଖଳା ମହୋତ୍ସବ କମିଟି ଏବଂ ରଣପୁରର ଅଗ୍ରଣୀ ସାମାଜିକ ସଂଗଠନ ଏନ.ୱାଇ.କେ.ଏସ.ର ମିଳିତ ଆନୁକୂଲ୍ୟରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ସ୍ଵଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ସଂକ୍ରମଣର ଦ୍ଵିତୀୟ ଲହର ନିମନ୍ତେ କରାଯାଇଥିବା କଟକଣାକୁ ନୟାଗଡ଼ ଜିଲ୍ଲାରେ କୋହଳ କରାଯିବା ପରେ ଜିଲ୍ଲାର ପ୍ରମୁଖ ଦର୍ଶନୀୟ ପୀଠ ସହ ଦେବାଳୟ ଗୁଡିକରେ ଭିଡ଼ ହେବାକୁ ଲକ୍ଷ୍ୟ ରଖି ଉକ୍ତ ସ୍ଥାନ ଗୁଡିକର ସ୍ଵଛତା ଦୃଷ୍ଟିରୁ ଆଜି ରାଜସୁନାଖଳା ପଞ୍ଚାୟତର କୋଟଗଡସ୍ଥ ଅନନ୍ତ ଗୁମ୍ଫାରେ ପ୍ରଥମେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ପରେପରେ ଉଭୟ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ଗୁମ୍ଫା ପରିସରରେ ମୂଲ୍ୟବାନ ଔଷଧୀୟ ବୃକ୍ଷ ରୋପଣ କରିଥିଲେ। ଏହିକ୍ରମରେ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଯୁବ ସାମ୍ବାଦିକ ଆର୍ତ୍ତତ୍ରାଣ ପ୍ରଧାନ ଉକ୍ତ…

Read More

ଜିଲ୍ଲାପାଳଙ୍କୁ ନୟାଗଡ଼ ଜିଲ୍ଲା ଶିକ୍ଷକ ସଂଗଠନ ପକ୍ଷରୁ ୫ଦଫା ଦାବିପତ୍ର ପ୍ରଦାନ

ନୟାଗଡ଼,(୦୯/୦୮):- ରାଜ୍ୟ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚର ଆହ୍ୱାନ କ୍ରମେ ଆଜି ନୟାଗଡ଼ ଜିଲ୍ଲା ସଂଗଠନ ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପଦର୍ଶନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କୁ ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲା ଆବାହକ ମାଣିକେଶ୍ୱର ସ୍ୱାଇଁ, ୬୬୨ବର୍ଗ କଲେଜର ସଂପାଦକ ସରୋଜ ରଥ, ୪୮୮ ବର୍ଗର ଶ୍ରୀ ଶାହାଜାହାନ, ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ବିନାୟକ ପରିଡ଼ା, ଅଯୋଧ୍ୟା ନାଥ ନାୟକ, ଅକୃର ପରିଡ଼ା, ଗୋଲକ ସାହୁ, ପ୍ରଭାକର ମିଶ୍ର, ପଦ୍ମଚରଣ ବିଶ୍ୱାଳ, ଅଭିମନ୍ୟୁ ମହାନ୍ତି, ମୂରଲୀଧର ବେହେରା, ସୂର୍ଯ୍ୟକାନ୍ତ ପଣ୍ଡା ପ୍ରମୁଖ ଆନ୍ଦୋଳନରେ ନେତୃତ୍ୱ ନେଇଥିବା ଜଣାଯାଇଛି ।

Read More

ଜିଲ୍ଲାର ବିଭିନ୍ନ ଯାତ୍ରା କଳାକାର ଓ କର୍ମଚାରୀ ସଂଘର ବିକ୍ଷୋଭ

ନୟାଗଡ଼,(୦୯/୦୮):- ନୟାଗଡ଼ ଜିଲ୍ଲାର ବିଭିନ୍ନ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରିଛନ୍ତି । କରୋନା ମହାମାରୀ କାରଣରୁ କଳାକାରମାନେ ବିପୁଳ କ୍ଷତି ସହିଥିବାରୁ ମାସିକ ୫ହଜାର ହିସାବରେ ୬ମାସ ପାଇଁ ୩୦ ହଜାର ଲେଖାଁଏ ସହାୟତା ଘୋଷଣା କରିବାକୁ ଦାବି ହୋଇଛି । ନାଇଟ କର୍ଫ୍ୟୁକୁ ତୁରନ୍ତ ପ୍ରତ୍ୟାହାର କରିବା ସହ କଳାକାର ଭତ୍ତାକୁ ମାସିକ ୩ହଜାରକୁ ବୃଦ୍ଧି କରିବାକୁ ଦାବି ହୋଇଛି । ଜିଲ୍ଲା ସଭାପତି ପ୍ରମୋଦ କୁମାର ବେହେରା ଏବଂ ସଂପାଦକ ବିଜୟ କୁମାର ବିଶ୍ବାଳଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ବ୍ଲକର ସବୁ ବର୍ଗର କଳାକାର, କର୍ମଚାରୀ, ଯାତ୍ରାପାର୍ଟି ମାଲିକ, ମିୟୁଜିକ, ସାଉଣ୍ଡ ମାଲିକଙ୍କ ସମେତ ନୟାଗଡ଼ ଜିଲ୍ଲାରୁ ଓଡ଼ିଶାର ବିଭିନ୍ନ ଯାତ୍ରାପାର୍ଟିରେ ଅଭିନୟ କରୁଥିବା ଅଭିନେତା ଅଭିନେତ୍ରୀ ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ…

Read More

ଜିଲ୍ଲାରେ ପ୍ରଶାସନିକ ଅବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କ ବଦଳି ଦାବିରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ନୟାଗଡ଼,(୦୯/୦୮):- ନୟାଗଡ ଜିଲ୍ଲାରେ ପ୍ରଶାସନିକ ଅବ୍ୟବସ୍ଥା ପାଇଁ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଶାସକ ଦଳର ରାଜନେତାମାନଙ୍କ ବେନାମୀ ବେଆଇନ ଷ୍ଟୋନ କ୍ରସରକୁ ଜିଲ୍ଲାପାଳଙ୍କ ଅହେତୁକ ଅନୁକମ୍ପା ଜିଲ୍ଲାର ପାହାଡ଼, ମୁଣ୍ଡିଆ, ମାଙ୍କେଡା ପଥର, ଜଙ୍ଗଲ ମାଟି, ମୋରମ ଭଳି ପ୍ରାକୃତିକ ସମ୍ପଦ ଲୁଟିବାରେ ରୋକ ଦେବାରେ ବିଫଳ, ଗତ ୨ ବର୍ଷରେ ୨୦୦ କୋଟି ଟଙ୍କାର ମନରେଗା ପାଣ୍ଠି ବ୍ୟୟରେ ଅନିୟମିତତା ସହ ଦୁର୍ନୀତି, ଜିଲ୍ଲାରେ ବର୍ଷବର୍ଷ ଧରି ଜିଲ୍ଲାପାଳଙ୍କ ଜାଣତରେ ନିମ୍ନମାନର ଅଖାଦ୍ୟ ଚାଉଳ ବଣ୍ଟନ ଉପରେ ମିଲରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ତଥା ଆଗାମୀ ପଞ୍ଚାୟତ ନିର୍ବାଚନକୁ ସ୍ଵଛ ଓ ନିରପେକ୍ଷତା ପାଇଁ ଶିକ୍ଷକ ସରକାରୀ କର୍ମଚାରୀମାନଙ୍କ ପାଇଁ ତିନିବର୍ଷିଆ ବଦଳି ନୀତି କାର୍ଯ୍ୟକାରୀ କରାଇବାରେ ଜିଲ୍ଲାପାଳଙ୍କ ଆନ୍ତରିକତା ଅଭାବ ଏବଂ ସାଧାରଣ ଲୋକଙ୍କ ସମସ୍ୟା ବୁଝିବାରେ ବିଫଳ, କୋଭିଡ ମୃତକ…

Read More

ବିଭିନ୍ନ ବାମଦଳ ତରଫରୁ କ୍ରାନ୍ତି ଦିବସରେ ଶୋଭାଯାତ୍ରା ଓ ବିକ୍ଷୋଭ

ନୟାଗଡ଼,(୦୯/୦୮):- ସିଆଇଟିୟୁ, ଆଇଏନଟିୟୁସି, ଏସୟୁସିଆଇ, କ୍ଷେତ ମଜଦୁର ୟୁନିଅନ ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଆଜି କ୍ରାନ୍ତି ଦିବସରେ ଶୋଭାଯାତ୍ରା ଓ ବିକ୍ଷୋଭ ପଦର୍ଶନ କରି ୩୫ ଜଣ କର୍ମୀ ଗିରଫ ହୋଇଛନ୍ତି । କେନ୍ଦ୍ର ମୋଦି ସରକାରର କୃଷକ ବିରୋଧୀ କଳା ଆଇନ, ଶ୍ରମିକ ବିରୋଧୀ ଶ୍ରମ କୋଡ, ଆକାଶ ଛୁଆଁ ବଜାର ଦରବୃଦ୍ଧି, ନୟାଗଡ଼ ଚିନିକଳକୁ ଚାଲୁ କରିବା, ବୃତଙ୍ଗ ଯୋଜନା ଓ ପଦ୍ମାବତୀ ବ୍ୟାରେଜ ଯୋଜନା କାର୍ଯ୍ୟକାରୀ କରିବା ଦାବିରେ ଏହି ସତ୍ୟାଗ୍ରହ ସଂଗଠିତ ହୋଇଥିଲା। କୃଷକ ଓ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ଗୋଲକ ବିହାରି ମୁଦୁଲି, ପବିତ୍ର ଇନ୍ଦ୍ରଜିତ, କୃଷ୍ଣଚନ୍ଦ୍ର ମହାପାତ୍ର, ଗଙ୍ଗାଧର ପଣ୍ଡା, ବିମଳ କୁମାର ଦାଶ, ଆଲୋକ ପ୍ରଧାନ, ଜ୍ୟୋତିପ୍ରଭା ଜେନା, ବୁଦ୍ଧି ନାୟକ, କପିଳ ସାହୁ, ଗୋବିନ୍ଦ ନାୟକ, ଭଗବତ ପ୍ରଧାନ, ବିଭୁତି…

Read More