ଜିଲ୍ଲାରେ ପ୍ରଶାସନିକ ଅବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କ ବଦଳି ଦାବିରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ନୟାଗଡ଼,(୦୯/୦୮):- ନୟାଗଡ ଜିଲ୍ଲାରେ ପ୍ରଶାସନିକ ଅବ୍ୟବସ୍ଥା ପାଇଁ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଶାସକ ଦଳର ରାଜନେତାମାନଙ୍କ ବେନାମୀ ବେଆଇନ ଷ୍ଟୋନ କ୍ରସରକୁ ଜିଲ୍ଲାପାଳଙ୍କ ଅହେତୁକ ଅନୁକମ୍ପା ଜିଲ୍ଲାର ପାହାଡ଼, ମୁଣ୍ଡିଆ, ମାଙ୍କେଡା ପଥର, ଜଙ୍ଗଲ ମାଟି, ମୋରମ ଭଳି ପ୍ରାକୃତିକ ସମ୍ପଦ ଲୁଟିବାରେ ରୋକ ଦେବାରେ ବିଫଳ, ଗତ ୨ ବର୍ଷରେ ୨୦୦ କୋଟି ଟଙ୍କାର ମନରେଗା ପାଣ୍ଠି ବ୍ୟୟରେ ଅନିୟମିତତା ସହ ଦୁର୍ନୀତି, ଜିଲ୍ଲାରେ ବର୍ଷବର୍ଷ ଧରି ଜିଲ୍ଲାପାଳଙ୍କ ଜାଣତରେ ନିମ୍ନମାନର ଅଖାଦ୍ୟ ଚାଉଳ ବଣ୍ଟନ ଉପରେ ମିଲରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ତଥା ଆଗାମୀ ପଞ୍ଚାୟତ ନିର୍ବାଚନକୁ ସ୍ଵଛ ଓ ନିରପେକ୍ଷତା ପାଇଁ ଶିକ୍ଷକ ସରକାରୀ କର୍ମଚାରୀମାନଙ୍କ ପାଇଁ ତିନିବର୍ଷିଆ ବଦଳି ନୀତି କାର୍ଯ୍ୟକାରୀ କରାଇବାରେ ଜିଲ୍ଲାପାଳଙ୍କ ଆନ୍ତରିକତା ଅଭାବ ଏବଂ ସାଧାରଣ ଲୋକଙ୍କ ସମସ୍ୟା ବୁଝିବାରେ ବିଫଳ, କୋଭିଡ ମୃତକ ପରିବାରକୁ ସାମାଜିକ ନ୍ୟାୟ ପ୍ରଦାନରେ ଆନ୍ତରିକତାର ଅଭାବ ଏବଂ ରେଲୱେ ଟ୍ରାକ ନିର୍ମାଣ ପାଇଁ ପୁରୁଣା ଦଶପଲ୍ଲା ପାହାଡ଼ରୁ ପ୍ରାୟ ଦୁଇ ହଜାର ଟ୍ରିପ କଳାମୁଗୁନି ପଥର ବେଆଇନ ଭାବେ ବିନା ରୟଲିଟିରେ ବିକ୍ରି ପଛରେ ୫୦ଲକ୍ଷ ଟଙ୍କା ଲାଞ୍ଚ କାରବାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ବଦଳି ଦାବିରେ ଆଜି ଅଗଷ୍ଟ ୯ତାରିଖ କ୍ରାନ୍ତିଦିବସ ଅବସରରେ ପୂର୍ବାହ୍ନ ୧୧ ଘଟିକା ସମୟରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଦଳୀୟ କର୍ମୀମାନେ ମୁହଁରେ କଳାପଟି ବାନ୍ଧି ଜ୍ୱଳନ୍ତ ଲଣ୍ଠନ ଧରି ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଲ୍ଲାପାଳଙ୍କ ବଦଳି ଦାବିରେ ନାରାବାଜି କରି ଜିଲ୍ଲା କାର୍ଯ୍ୟାଳୟ ମୁଖ୍ୟଫାଟକ ଉପରେ ଠିଆ ହୋଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ ସରକାରକୁ ଲିଖିତ ଅଭିଯୋଗ କରାଯାଇଛି ଯଦି ଏହି ପିସି ଖିଆ ଦୁର୍ନୀତିଗ୍ରସ୍ତ ଜିଲ୍ଲାପାଳଙ୍କୁ ତୁରନ୍ତ ବଦଳି କରାନଯାଏ ତେବେ ନବୀନ ନିବାସ ଆଗରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଜଣାଇଛନ୍ତି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ ଯୋଗଦେଇ ଷ୍ଟାଫ ସିଲେକ୍ସନ ଚାକିରୀ ବିକ୍ରି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପ ସଭାପତି କମଳ ଚରଣ ସାହୁ, ପ୍ରଶାନ୍ତ ପାଇକେରା, ନିର୍ମଳ ରଥ, ସୁରେନ୍ଦ୍ର ନାଥ କଳସ, ଶତ୍ରୁଘ୍ନ ପାଇକେରା, ବରିଷ୍ଠ ନେତା ସରୋଜ ପରିଡା, ରାଜୀବ ଲୋଚନ ମିଶ୍ର, ସୁକାନ୍ତ ଶତପଥୀ, ଅମଜାଦ ଖାଁ, ପ୍ରତିମା ଜେନା, ଜୟକୃଷ୍ଣ ଦଳବେହେରା, ନାରାୟଣ ସାହୁ, ବିଭୁତି ରାଉତ, ଲଷ୍ମଣ ଜେନା, ମଦନ ମୋହନ ବିଶୋଇ, ପ୍ରଫୁଲ୍ଲ ପାଟ୍ଟଶାଣି, ଅନିଲ ପରିଡା, ଧ୍ରୁବଚରଣ ପରିଡା, ଭଗବାନ ନାୟକ, ଦେବାଶିଷ ସାହୁ, ବାଳକୃଷ୍ଣ ଷଡ଼ଙ୍ଗୀ, ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ଦିଲ୍ଲୀପ କୁମାର ଜେନା, ପୂର୍ଣ୍ଣଚନ୍ଦ୍ର ନାୟକ, ଦେବବ୍ରତ ବେହେରା, କାଶୀନାଥ ନାୟକ, ଅଶୋକ କୁମାର ନାୟକ, ରାଜ୍ୟ ଯୁବ କଂଗ୍ରେସ ସଭାପତି ଆଦିତ୍ୟ ପ୍ରସାଦ ଜେନା, ଜିଲ୍ଲା ଯୁବକଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ମୀର ଆବୁବକର ସିଦ୍ଧିକ, ଚିତ୍ତରଞ୍ଜନ ମହାଳିକ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମଲ୍ଲ, ସୌମ୍ୟ ବେହେରା, ସମ୍ପାଦକ ଅନିଲ ଛୁଆଳସିଂ, ଜିଲ୍ଲା ସଭାପତି ଜ୍ୟୋତିରଞ୍ଜନ ଦାଶ ପ୍ରମୁଖ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।

Related posts