ବିଭିନ୍ନ ବାମଦଳ ତରଫରୁ କ୍ରାନ୍ତି ଦିବସରେ ଶୋଭାଯାତ୍ରା ଓ ବିକ୍ଷୋଭ

ନୟାଗଡ଼,(୦୯/୦୮):- ସିଆଇଟିୟୁ, ଆଇଏନଟିୟୁସି, ଏସୟୁସିଆଇ, କ୍ଷେତ ମଜଦୁର ୟୁନିଅନ ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଆଜି କ୍ରାନ୍ତି ଦିବସରେ ଶୋଭାଯାତ୍ରା ଓ ବିକ୍ଷୋଭ ପଦର୍ଶନ କରି ୩୫ ଜଣ କର୍ମୀ ଗିରଫ ହୋଇଛନ୍ତି । କେନ୍ଦ୍ର ମୋଦି ସରକାରର କୃଷକ ବିରୋଧୀ କଳା ଆଇନ, ଶ୍ରମିକ ବିରୋଧୀ ଶ୍ରମ କୋଡ, ଆକାଶ ଛୁଆଁ ବଜାର ଦରବୃଦ୍ଧି, ନୟାଗଡ଼ ଚିନିକଳକୁ ଚାଲୁ କରିବା, ବୃତଙ୍ଗ ଯୋଜନା ଓ ପଦ୍ମାବତୀ ବ୍ୟାରେଜ ଯୋଜନା କାର୍ଯ୍ୟକାରୀ କରିବା ଦାବିରେ ଏହି ସତ୍ୟାଗ୍ରହ ସଂଗଠିତ ହୋଇଥିଲା। କୃଷକ ଓ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ଗୋଲକ ବିହାରି ମୁଦୁଲି, ପବିତ୍ର ଇନ୍ଦ୍ରଜିତ, କୃଷ୍ଣଚନ୍ଦ୍ର ମହାପାତ୍ର, ଗଙ୍ଗାଧର ପଣ୍ଡା, ବିମଳ କୁମାର ଦାଶ, ଆଲୋକ ପ୍ରଧାନ, ଜ୍ୟୋତିପ୍ରଭା ଜେନା, ବୁଦ୍ଧି ନାୟକ, କପିଳ ସାହୁ, ଗୋବିନ୍ଦ ନାୟକ, ଭଗବତ ପ୍ରଧାନ, ବିଭୁତି ପଟ୍ଟନାୟକ ଓ ଆଡଭୋକେଟ ଅମୀୟ ପଟ୍ଟନାୟକ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Related posts