ଜିଲ୍ଲାର ବିଭିନ୍ନ ଯାତ୍ରା କଳାକାର ଓ କର୍ମଚାରୀ ସଂଘର ବିକ୍ଷୋଭ

ନୟାଗଡ଼,(୦୯/୦୮):- ନୟାଗଡ଼ ଜିଲ୍ଲାର ବିଭିନ୍ନ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରିଛନ୍ତି । କରୋନା ମହାମାରୀ କାରଣରୁ କଳାକାରମାନେ ବିପୁଳ କ୍ଷତି ସହିଥିବାରୁ ମାସିକ ୫ହଜାର ହିସାବରେ ୬ମାସ ପାଇଁ ୩୦ ହଜାର ଲେଖାଁଏ ସହାୟତା ଘୋଷଣା କରିବାକୁ ଦାବି ହୋଇଛି । ନାଇଟ କର୍ଫ୍ୟୁକୁ ତୁରନ୍ତ ପ୍ରତ୍ୟାହାର କରିବା ସହ କଳାକାର ଭତ୍ତାକୁ ମାସିକ ୩ହଜାରକୁ ବୃଦ୍ଧି କରିବାକୁ ଦାବି ହୋଇଛି । ଜିଲ୍ଲା ସଭାପତି ପ୍ରମୋଦ କୁମାର ବେହେରା ଏବଂ ସଂପାଦକ ବିଜୟ କୁମାର ବିଶ୍ବାଳଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ବ୍ଲକର ସବୁ ବର୍ଗର କଳାକାର, କର୍ମଚାରୀ, ଯାତ୍ରାପାର୍ଟି ମାଲିକ, ମିୟୁଜିକ, ସାଉଣ୍ଡ ମାଲିକଙ୍କ ସମେତ ନୟାଗଡ଼ ଜିଲ୍ଲାରୁ ଓଡ଼ିଶାର ବିଭିନ୍ନ ଯାତ୍ରାପାର୍ଟିରେ ଅଭିନୟ କରୁଥିବା ଅଭିନେତା ଅଭିନେତ୍ରୀ ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ ।

Related posts