ଜିଲ୍ଲାପାଳଙ୍କୁ ନୟାଗଡ଼ ଜିଲ୍ଲା ଶିକ୍ଷକ ସଂଗଠନ ପକ୍ଷରୁ ୫ଦଫା ଦାବିପତ୍ର ପ୍ରଦାନ

ନୟାଗଡ଼,(୦୯/୦୮):- ରାଜ୍ୟ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚର ଆହ୍ୱାନ କ୍ରମେ ଆଜି ନୟାଗଡ଼ ଜିଲ୍ଲା ସଂଗଠନ ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପଦର୍ଶନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କୁ ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲା ଆବାହକ ମାଣିକେଶ୍ୱର ସ୍ୱାଇଁ, ୬୬୨ବର୍ଗ କଲେଜର ସଂପାଦକ ସରୋଜ ରଥ, ୪୮୮ ବର୍ଗର ଶ୍ରୀ ଶାହାଜାହାନ, ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ବିନାୟକ ପରିଡ଼ା, ଅଯୋଧ୍ୟା ନାଥ ନାୟକ, ଅକୃର ପରିଡ଼ା, ଗୋଲକ ସାହୁ, ପ୍ରଭାକର ମିଶ୍ର, ପଦ୍ମଚରଣ ବିଶ୍ୱାଳ, ଅଭିମନ୍ୟୁ ମହାନ୍ତି, ମୂରଲୀଧର ବେହେରା, ସୂର୍ଯ୍ୟକାନ୍ତ ପଣ୍ଡା ପ୍ରମୁଖ ଆନ୍ଦୋଳନରେ ନେତୃତ୍ୱ ନେଇଥିବା ଜଣାଯାଇଛି ।

Related posts